ପାଣ୍ଠି ହାସଲ କରିବାରେ ତୃତୀୟ ସ୍ଥାନରେ ଓଡ଼ିଶା

ଓଡ଼ିଶା ସାରା ଦେଶରେ ପ୍ରକଳ୍ପ ଲାଗି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକଠାରୁ ପାଣ୍ଠି ହାସଲ କରିବାରେ ତୃତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ଏକ ନମ୍ବର ହୋଇଥିବା ବେଳେ ତା’ପଛକୁ ରହିଛି ଗୁଜରାଟ। ଓଡ଼ିଶା ପଛକୁ ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ଥିବା ବେଳେ କର୍ଣ୍ଣାଟକ ପଞ୍ଚମ ସ୍ଥାନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଗଷ୍ଟ ବୁଲେଟିନ୍ରୁ ଜଣାପଡ଼ିଛି।

‘ଘରୋଇ କର୍ପୋରେଟ୍ ନିବେଶ: ପ୍ରଦର୍ଶନ ଓ ଭବିଷ୍ୟତ ଆକଳନ’ ଲେଖାରେ ଉଲ୍ଲେଖ ରହିଛି ଯେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ମଞ୍ଜୁର କରିଥିବା ପ୍ରକଳ୍ପ ମଧ୍ୟରେ ଉତ୍ତରପ୍ରଦେଶର ଭାଗ ସର୍ବାଧିକ ୧୬.୨ ପ୍ରତିଶତ ରହିଛି।

ସେହିପରି ଗୁଜରାଟର ଭାଗ ୧୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୧୧.୮ ପ୍ରତିଶତ, ମହାରାଷ୍ଟ୍ରର ୭.୯ ପ୍ରତିଶତ ଓ କର୍ଣ୍ଣାଟକର ଭାଗ ୭.୩ ପ୍ରତିଶତ ରହିଛି। ଓଡ଼ିଶା କ୍ଷେତ୍ରରେ ୨୦୧୩-୧୪ରୁ ୨୦୨୦-୨୧ ମଧ୍ୟରେ ବ୍ୟାଙ୍କ ମଞ୍ଜୁର କରିଥିବା ପ୍ରକଳ୍ପରେ ଭାଗ ୪.୫ ପ୍ରତିଶତ ଥିଲା। ୨୦୨୧-୨୨ରେ ସେହି ହାର ୨.୨ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୨-୨୩ରେ ପୁଣି ତାହା ୧୧.୮ ପ୍ରତିଶତକୁ ବୃଦ୍ଧି ପାଇଛି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!