ବିହାର ଅରରିଆରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏକ ନ୍ୟୁଜପେପର ସାମ୍ବାଦିକ ବିମଳ କୁମାର ୪ ଦୁର୍ବୃତ୍ତ ଯାଦବଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ବିମଳ ନିଜ ଘରେ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଉପରକୁ ଗୁଳି ଆଖିବୁଜା ଫାୟାରିଂ କରିଥିଲେ। ବିମଳଙ୍କ ଛାତିରେ ଏକାଧିକ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସାମ୍ବାଦିକଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଓ ସ୍ଥାନୀୟ ସାଂସଦ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ଅରରିଆ ସଦର ହସ୍ପିଟାଲ ପଠାଇ ଦିଆଯାଇଛି ।

