ପରମିନ୍ଦର PFCL ନୂଆ ସିଏମଡି

ଦେଶର ସର୍ବବୃହତ୍ ଏନ୍ବିଏଫ୍ସି ପ୍ରତିଷ୍ଠାନ ପାୱାର ଫାଇନାନ୍ସ କର୍ପୋରେଶନ ଲିମିଟେଡ୍ (ପିଏଫ୍ସିଏଲ୍)ର ଚେୟାରମ୍ୟାନ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ପରମିନ୍ଦର ଚୋପ୍ରା ନିକଟରେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି।

ତାଙ୍କର ଏହି ଦୃଢ ଆର୍ଥିକ ପ୍ରଦର୍ଶନ ଫଳରେ କର୍ପୋରେଶନ ମହାରତ୍ନ ସମ୍ମାନର ଅଧିକାରୀ ହୋଇଛି। ଅପରପକ୍ଷରେ ଶକ୍ତି ଓ ଆର୍ଥିକ କ୍ଷେତ୍ରରେ ତାଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ତାଙ୍କର ପୂର୍ବ ଅଭିଜ୍ଞତା ଏନ୍ଏଚ୍ପିସି ଲିମିଟେଡ୍ ଓ ପାୱାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍ ପରି ଶକ୍ତି କ୍ଷେତ୍ରରେ ରହିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚୋପ୍ରା ବାଣିଜ୍ୟ (କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ) ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଇନ୍ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ‘ଆଇକନ ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଛି।

୨୦୨୩ ଅଗଷ୍ଟ ୩ୟ ସପ୍ତାହଠାରୁ ସେ ପିଏଫ୍ସିଏଲ୍ର ଦାୟିତ୍ୱଭାର ଗ୍ରହଣ କରିବା ପୂର୍ବରୁ ସେ ପିଏଫ୍ସିଏଲ୍ର ଚେୟାରମ୍ୟାନ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ସେହିଭଳି ଚୋପ୍ରା ୨୦୨୦ ଜୁଲାଇ ପହିଲା ପର୍ଯ୍ୟନ୍ତ ପିଏଫ୍ସିଏଲ୍ର ନିର୍ଦ୍ଦେଶକ (ଫାଇନାନ୍ସ) ଭାବେ କାର୍ଯ୍ୟ କରୁଥ୍ତ୍ଲେ।

ଏହା ସହ ଚୋପ୍ରା ଭାରତର ବୃହତମ ଏନ୍ବିଏଫ୍ସିର ପ୍ରଥମ ମହିଳା ଅଧିକାରୀ ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷକରି ନିର୍ଦ୍ଦେଶକ କାର୍ଯ୍ୟକାଳ ମଧ୍ୟରେ ସେ ଫାଇନାନ୍ସ ବିଭାଗର ନେତୃତ୍ୱ ନେବା ସହ କର୍ପୋରେଶନର ସର୍ବାଧିକ ନେଟ୍ ଲାଭ ହାସଲ ହୋଇପାରିଥିଲାବେଳେ ସର୍ବାଧିକ ନେଟ୍ ସମ୍ପଦ ସହ କମ୍ ଏନ୍ପିଏ ସ୍ତର ମଧ୍ୟ ହାସଲ ହୋଇଥିଲା।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!