ସେପ୍ଟେମ୍ବରରେ ସୂର୍ଯ୍ୟକୁ ଯିବ ଭାରତ

ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସୂର୍ଯ୍ୟ ଉପରେ ଗବେଷଣା ପାଳି । ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ ଏଲ ଓ୍ବାନ୍ । ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଇସ୍ରୋର ସ୍ପେଶ ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି  । ଆଦିତ୍ୟ ଏଲ ଓ୍ବାନ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ ।

ଧାର୍ଯ୍ୟ ହୋଇଥିବା ସ୍ଥାନକୁ ପହଞ୍ଚିବା ପାଇଁ ଆଦିତ୍ୟ ଏଲଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ । ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ବେଶ ଉତ୍ସାହିତ ଅଛନ୍ତି । ଏଥିସହ ଭାରତ ବିଜ୍ଞାନ କ୍ଷେତ୍ରରେ ଆହୁରି ଉପରକୁ ଯିବ ବୋଲି ଆଶା କରାଯାଉଛି  ।

 

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!