ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । 95 ବର୍ଷ ବୟସଏ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ବ୍ରେନ ଷ୍ଟ୍ରୋକରେ ତାଙ୍କର ପରଲୋକ ହୋଇଥିବା ଏସସିବି ଜରୁରୀ କାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜୟନଙ୍କ ବିୟୋଗରେ ଭାରତୀୟ ସାରସ୍ବତ ଜଗତରେ ଶୋକର ଛାୟା ଖେଳିଯାଇଛି । ଇଂରାଜୀ ସାହିତ୍ୟ ତଥା କବିତା ରଚନାରେ ସ୍ବର୍ଗତ ମହାପାତ୍ରଙ୍କ ବେଶ ଦଖଲ ଥିଲା । ଜୟନ୍ତ ମହାପାତ୍ର ଇଂରାଜୀ କବିତାରେ ପ୍ରଥମ କବି ଭାବେ ସାହିତ୍ୟ ଏକାଡେମି ସମ୍ମାନ ପାଇଥିଲେ । ଇଣ୍ଡିଆନ୍ ସମର, ହଙ୍ଗର ଭଳି ଇଂରାଜୀରେ କବିତା ଲେଖି ବେଶ ପ୍ରସିଦ୍ଧି ହାସଲ କରିଥିଲେ ଜୟନ୍ତ ମହାପାତ୍ର । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତି କରାଯାଇଥିଲା ।

