ବିଜେଡି ନେତାଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

କାହ୍ନୁ ଚରଣ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଜ ଘର ଆଗରେ ଛିଡା ହୋଇଥିବାବେଳେ ଦୁର୍ବୁତ୍ତମାନେ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି।

ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାହ୍ନ ବିଜେଡି ନେତା ସହ ବିଭିନ୍ନ ପ୍ରକାରର ଠିକାଦାରି ମଧ୍ୟ କରିଥାନ୍ତି। ହେଲେ ଏହି ଆକ୍ରମଣ ପଛର କାରଣ କ’ଣ ଜଣାପଡ଼ି ନାହିଁ ।

ପୂର୍ବରୁ କାମାକ୍ଷାନଗର ଘର ଆଗରେ ତାଙ୍କ କାର ଉପରେ ବୋମାମାଡ଼ ହୋଇଥିଲା । ଏହା ସହ ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କାର ଲୁଟ କରିଥିଲେ ଦୁର୍ବୃତ୍ତ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!