ଏବେ ବି ମଣିପୁରରେ ଥମୁନି ହିଂସା। ଆଜି ପୁଣି ହୋଇଛି ଗୁଳିମାଡ଼ । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଗୁଳିମାଡ଼ ହୋଇଛି । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ଜଣ ବନ୍ଧୁକ ଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ମୃତକ ହେଲେ ଲାଇବୁଜମ ଇନାଓ ଓ ଜଙ୍ଗମିନଲେନ୍ ଗାଙ୍ଗଟେ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି ।

