ଓଡ଼ିଶା ରାଜନୀତିରେ ‘ସୂର୍ଯ୍ୟା’ସ୍ତ

() ଆଉ ନାହାନ୍ତି ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ସୂର୍ଯ୍ୟ । ଆଜି ସନ୍ଧ୍ୟା ୭ଟା ୨୧ ମିନିଟରେ ତାଙ୍କର ଦେହାନ୍ତ ହୋଇଛି  । ଓଡ଼ିଶା ରାଜନୀତିରେ ଲମ୍ବା ରେସର ଘୋଡ଼ା ଥିଲେ ସୂର୍ଯ୍ୟ  । ତୃଣମୂଳସ୍ତରର ନେତାଭାବେ ଗଞ୍ଜାମରେ ବେଶ୍ ପରିଚିତ ଥିଲେ  ।

ଲଗାତାର ୭ଥର ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ ନାରାୟଣ । ଗଜପତି ଜିଲ୍ଲା ମୋହନାରୁ ୪ଥର ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ୧୯୯୦ରେ ପ୍ରଥମ ଥର ଜନତା ଦଳ ଟିକେଟରେ ମୋହନାରୁ ବିଜୟ ଲାଭ କରି ବିଧାନସଭା ଆସିଥିଲେ ସୂର୍ଯ୍ୟ  । ପରେ ୧୯୯୫ରେ ମଧ୍ୟ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ  । ପରେ ବିଜେଡି ଟିକେଟରେ ୨୦୦୦ ଓ ୨୦୦୪ ମସିହାରେ ମୋହନାରୁ ନିର୍ବାଚିତ ହୋଇଥିଲେ  । ୨୦୧୪ ଓ ୨୦୧୯ରେ ଦିଗପହଣ୍ଡିରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ସୂର୍ଯ୍ୟନାରାୟଣ  ।

ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ଦେଖାଇଥିଲେ। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ  । ରାଜସ୍ବ, ଶକ୍ତି, ଜଙ୍ଗଲ, ମତ୍ସ୍ୟ ଓ ପଶୁ ସଂପଦ, ଖାଦ୍ୟ ଯୋଗାଣ, ଆଇଟି, ସମବାୟ, ସଂସ୍କୃତି, ପରିବେଶ ଓ ବିଜ୍ଞାନ କାରିଗରୀ ବିଭାଗର ମନ୍ତ୍ରୀ ଥିଲେ ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍‌ ୧ରୁ ୨୦୨୨ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ।  ବିଜେଡି ଉପସଭାପତି ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ  ।

 

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!