ନବାଗତରୁ ନାୟକ

କିଏ ତାଙ୍କୁ ନବାଗତ କହେ ଆଉ କିଏ ଆଉ ନାୟକ।‌ ହେଲେ ସେ ପିପିଲି-ଡେଲାଙ୍ଗର ଜୁନିଅର ମହାରଥୀ ।‌ ପିପିଲିର ପ୍ରତିଟି ସ୍ପନ୍ଦନରେ ଉଙ୍କି ମାରୁଥିବା ଏକ ଭରସାର ନାଁ ।‌ ବିକାଶର ବାଟରେ ହାତ ଧରି ଆଗକୁ ବାଟ କଢାଇ ନେଉଥିବା ଗୋଟିଏ ବିଶ୍ବାସର ଛବି।‌ ଅପରିଚିତରୁ ବିଖ୍ୟାତ, ଅଜଣାରୁ ଆଦର୍ଶ ପାଲଟିଥିବା ଓଡ଼ିଶା ବିଧାନସଭାର ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଦିନେ ଲୋକଙ୍କ ପାଇଁ ଅଚିହ୍ନା ସାଜିଥିବା ରୁଦ୍ର ଆଜି ସାରା ଓଡ଼ିଶାର ତାରକା ରାଜନେତା। ନମ୍ର,ଭଦ୍ର ଓ ଶିକ୍ଷିତ ଯୁବକ ଭାବେ ସେ ଯେତିକି ପରିଚିତ ଲୋକଙ୍କ ପାଇଁ ସେତିକି ସମର୍ପିତ । ଯାହା ତାଙ୍କ ବ୍ୟକ୍ତିତ୍ବ ଓ ଚରିତ୍ରକୁ ଅଧିକ ରୁଦ୍ଧିମନ୍ତ କରିଛି।

୧୯୮୮୮ ମସିହା ୨୧ଜୁନରେ ଦିବଂଗତ ରାଜନେତା ପ୍ରଦୀପ ମହାରଥି ଓ ପ୍ରତିଭା ମିଶ୍ରଙ୍କ ଔରସରୁ ଜନ୍ମଲାଭ କରିଥିଲେ ରୁଦ୍ର।ବାପା ପ୍ରଦୀପ ମହାରଥି ଥିଲେ ପିପିଲିର ଅପ୍ରତିଦ୍ଵନ୍ଦୀ ନେତା। ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇ ପିପିଲି-ଡେଲାଙ୍ଗର ଘରେଘରେ ଭଲପାଇବାର ଛାପ ଛାଡିଥିଲେ । ରାଜ୍ୟର ବରିଷ୍ଠ ବିଧାୟକଙ୍କ ପୁଅ ହୋଇବି ଦିନଟିଏ ରୁଦ୍ରଙ୍କୁ ଅହଙ୍କାରର ଛାଇ ମାଡିନି । ଏମବିଏ ପଢିସାରିବା ପରେ ଏକ ନାମୀ କଲେଜରେ ସେ ଚାକିରି କରୁଥିଲେ।‌ଏହାଛଡା ବାପାଙ୍କ ସହିତ ଜନସେବାରେ ନିଜକୁ ନିୟୋଜିତ କରି ବିକାଶର ଆକାଂକ୍ଷାକୁ ନୂଆ ଆଶା ଦେଉଥିଲେ ।

୨୦୨୦ ମସିହାରେ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ରୁଦ୍ର ରାଜନୀତିରେ ସକ୍ରିୟ ହୋଇଥିଲେ ।‌ ବିଜୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ପଲିଟିକାଲ ଏଣ୍ଟ୍ରି ମାରିଥିଲେ । ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ।‌ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ଦାୟିତ୍ୱ ନେବାପରେ ଜନତାଙ୍କ ପାଇଁ ଭରସା ଆଉ ଅନ୍ୟ ନେତାଙ୍କ ପାଇଁ ପ୍ରେରଣା ପାଲଟିଯାଇଥିଲେ ରୁଦ୍ର।‌ ନିଜର କାର୍ଯ୍ୟଶୈଳୀରେ ଲୋକଙ୍କୁ ପ୍ରଭାବିତ କରିବା ସହିତ ସେ ପ୍ରମାଣ କରିଦେଇଥିଲେ ଯେ ରାଜନୀତିରେ ସେ ନବାଗତ ହୋଇଥାଇପାରନ୍ତି ହେଲେ ଅନଭିଜ୍ଞ ନୁହଁନ୍ତି ।‌

ବିକାଶ ଏକ ପ୍ରକ୍ରିୟା ।‌ ଏହା ଲୋକମାନଙ୍କର, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ବାରା । ରୁଦ୍ର ପ୍ରତାପ ମହାରଥୀଙ୍କ ଜନସେବାର ଏ ମନ୍ତ୍ର ତାଙ୍କୁ ଆହୁରି ଚର୍ଚ୍ଚିତ କରିଛି ଓଡ଼ିଶା ରାଜନୀତିରେ । ଜଣେ ମାର୍ଜିତ ନେତାଭାବେ ସେ ବେଶ୍ ଜଣାଶୁଣା।‌ ଯୁବପିଢିଙ୍କର ପ୍ରଥମ ପସନ୍ଦ ପାଲଟିଥିବା ରୁଦ୍ର ଲୋକଙ୍କ ବିକାଶକୁ ଜୀବନର ସଂକଳ୍ପ ଭାବେ ଆପଣାଇ ଆଗକୁ ବଢୁଛନ୍ତି। ଜନତା କିଭଳି ସର୍ବଶ୍ରେଷ୍ଠ ସେବା ପାଇବେ ସେଥିପାଇଁ ଦିନରାତି ଏକ କରିଦେଇଛନ୍ତି ରୁଦ୍ର। କେତେ ଅତର୍କିତ ସରକାରୀ ଅଫିସ ଯାଉଛନ୍ତି ତ ଆଉକେତେବେଳେ ଲୋକଙ୍କ ପାଖକୁ ଯାଇ ଦୁଃଖ ଶୁଣୁଛନ୍ତି।‌ ବନ୍ୟା ଓ ବିପତ୍ତି ସମୟରେ ପାଖରେ ଠିଆ ହୋଇ ସହାୟତାର ହାତ ବଢାଉଛନ୍ତି। ଲୋକଙ୍କ ପାଇଁ ଦରଦୀ ହୃଦୟ ହିଁ ତାଙ୍କ ପାଇଁ ସଭିଙ୍କ ହୃଦୟରେ ଜାଗା ସୃଷ୍ଟି କରିଛି।

ବିଶ୍ଵାସ,ସ୍ନେହ ଆଉ ଭରସାର ମୁଲ ଅମୂଲ୍ୟ । ଦିନେ ବାପା ପ୍ରଦୀପଙ୍କୁ ଭରସା କରିଥିଲେ ପିପିଲି-ଡେଲାଙ୍ଗବାସୀ ।‌ ୭ଥର ନିଜ ପ୍ରତିନିଧି ଭାବେ ବାଛି ବିଧାନସଭା ପଠାଇଥିଲେ।‌ ଆଉ ପ୍ରଦୀପଙ୍କ ବିୟୋଗ ପରେ ପୁଅଙ୍କୁ ଭରସା କରିଛନ୍ତି ଜନସାଧାରଣ। ରୁଦ୍ରଙ୍କ ମୁହଁରେ ଲୋକ ଦେଖୁଛନ୍ତି ପ୍ରଦୀପଙ୍କ‌ ଛବି ।‌ ଜନତାଙ୍କର ଏ ଭଲପାଇବାକୁ ଧରି ରଖିବାକୁ ବାପାଙ୍କ ପରି ଉଦ୍ୟମ କରୁଛନ୍ତି ରୁଦ୍ର। ବିକାଶର ଧାରା ଆଗେଇ ନେବାକୁ ପ୍ରତିଟି ମୁହୂର୍ତ୍ତରେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଆଉ ଜୁନିଅର ମହାରଥୀ ହୋଇ ଲୋକଙ୍କ ପାଖରେ ରହୁଛନ୍ତି।‌ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଶୁଣି ଭରସାର ହାତ ବଢାଇ ଦେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!