ପଦ୍ମାସିନୀ: ଇଞ୍ଜିନିୟର୍‌ରୁ ମେକଅପ୍ ଆର୍ଟିଷ୍ଟ

ଆଗ୍ରହ ଓ ଇଚ୍ଛାଶକ୍ତି ମଣିଷକୁ ବାଟକଢାଇନିଏ । ସମୟର ଉପଯୋଗ ଖାଲି ନିଜକୁ ପରିବର୍ତ୍ତନ କରେନି ବରଂ ବୃତ୍ତିକୁ ମଧ୍ୟ ବଦଳାଇଦିଏ । ବେଳେବେଳେ ଅବସର  ସମୟରେ କରୁଥିବା କାମ ନିଜର ପେଶା ପାଲଟିଯାଇଥାଏ । ଜଣେ ଇଞ୍ଜିନିୟରିଂ ଛାତ୍ରୀ ମେକଅପ ଦୁନିଆକୁ ବାଛିନିଏ ଆଉ ଘରର ଚାରିକାନ୍ଥରୁ ବାହାରି ହଜାରହଜାର ଲୋକଙ୍କ ପାଖରେ ପରିଚିତ ପାଏ । ପ୍ୟାଶନରୁ ପ୍ରଫେସନ ଯାତ୍ରାରେ ପ୍ରେରଣା ପାଲଟିଥିବା ଏଭଳି ଜଣେ ସଫଳ ଉଦ୍ୟୋଗୀ  ପଦ୍ମାସିନୀ ପୁରୋହିତ  । ଯିଏ  ସିଭିଲ ଇନଞ୍ଜିୟରରୁ ସାଜିଛନ୍ତି ମେକଅପ୍ ଆର୍ଟିଷ୍ଟ । ବ୍ରାଇଡାଲ ମେକଅପ୍ ପାଇଁ ଏବେ ସେ ସବୁଠି ପରିଚିତ । ମେକଅପ୍ ଆର୍ଟିଷ୍ଟ ସହ ଓଡିଶୀ ଡ୍ୟାନ୍ସର, ତାସାଙ୍ଗକୁ ହ୍ୟାଣ୍ଡଲୁମ ଇନଫ୍ଲୁଏନସର ମଧ୍ୟ ରାଜଧାନୀ ଭୁବନେଶ୍ବରରେ ଜଣେ ଅତି ପରିଚିତ ଚେହେରା  । କେମିତିଥିଲା ପଦ୍ନାସିନୀଙ୍କ  ସଫଳତାର ଯାତ୍ରା ଓ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥା  । ସେ ବିଷୟରେ ଜାଣିବା ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର ସାକ୍ଷାତାକାରରେ….

ପ୍ରଶ୍ନ- ପଦ୍ମାସିନୀ ପୁରୋହିତ ଇଞ୍ଜିନିୟରରୁ ମେକଅପ, କେମିତି ଥିଲା ଏ ଯାତ୍ରା ?

ଉତ୍ତର- ମୁଁ ଜଣେ ଓଡ଼ିଶୀ ଡ୍ୟାନ୍ସର । ସିଭିଲ ଇନିଞ୍ଜିୟର ଭାବେ ୬ ବର୍ଷ କାମ କରିଛି । ମୁଁ ଚାକିରି ସମୟରେ  ଟିକେ ଟିକେ ମେକଅପ୍ କରୁଥିଲି ପରେ ମୁଁ ଭାବିଲି ମେକ୍‌ଅପରେ ମୋର ଡେଭଲପ୍ ହେଉଛି । ସେଥିପାଇଁ ମୁଁ ଚାକିରି ଛାଡି ମେକଅପ୍  ଆରମ୍ଭ କଲି । ପ୍ୟାସନକୁ ପ୍ରେଫେସନ ହିସାବରେ ଆରମ୍ଭ କଲି। ସରାଙ୍ଗ ଆଇଜିଆଇଟିରେ ଇନିଞ୍ଜିୟରିଂ କରୁଥିଲି । ଘର ସମ୍ବଲପୁରରେ କିନ୍ତୁ ଛୋଟବେଳୁ ତାଳଚେରରେ ରହୁଥୁଲି ଆଉ ଏବେ ମୁଁ ଭୁବନେଶ୍ବରେ ରହୁଛି।

ପ୍ରଶ୍ନ – ମେକଅପ୍ ପାଇଁ କାହିଁକି ଆଗ୍ରହ ଥିଲା ?

ଉତ୍ତର-  ଛୁଆ ବେଳୁ ଭଲ ଦିଶିବାକୁ ମୁଁ ଅଧିକ ଗୁରୁତ୍ବ ଦିଏ  । କେବଳ  ମୁଁ ଭଲ ଦିଶିବି ସେମିତି ନୁହେଁ,  ମୋ ଚାରିପାଖ ବି ଭଲ ଦିଶୁ ବୋଲି ମୁଁ ଚାହେଁ  । ମୋ ଘର ସୁନ୍ଦର ଦିଶୁ , ମୋ ପାଖାପାଖି ଲୋକ ବି ସୁନ୍ଦର ଦିଶନ୍ତୁ । ଏମିତି ବି ମୋ ଓଡିଶୀ ଡ୍ୟାନ୍ସର ପାର୍ଟନରମାନଙ୍କୁ ମୁଁ ନିଜେ ମେକଅପ୍ ଦିଏ । ଛୁଆ ବେଳୁ ମୋର ଷ୍ଟାଇଲଂସି ସେନ୍ସ  ଥିଲା । ପରେ ମୁଁ ଆରମ୍ଭ କରିଥିଲି ଏହି ମେକଅପ ଯାତ୍ରା । ମୋ ନିଜ ଉପରେ , ମୋ ସାଙ୍ଗମାନଙ୍କୁ ମଧ୍ୟ ମେକଅପ୍ କଲି  । ପରେ ଅଧିକ ଶିଖିବା ଆରମ୍ଭ କରିଥିଲି  । ମେପଅପ୍ ପାଇଁ ସାର୍ଟିଫିକେଟ ପାଇବା ପରେ ମୁଁ କାମ ଆରମ୍ଭ କରିଥିଲି ।

ପ୍ରଶ୍ନ – କେତେବର୍ଷ ହେଲା ଏହି ପ୍ରଫେସନରେ ଅଛନ୍ତି ?

ଉତ୍ତର-  ମୁଁ ପ୍ରାୟ ୭ ବର୍ଷ ହେବ ମେକଅପ୍ ଆର୍ଟିଷ୍ଟ ଭାବେ କାମ କରୁଛି ।

ପ୍ରଶ୍ନ – ଆପଣଙ୍କ ପାଇଁ ମେକଅପ୍ ମାନେ କଣ ?

ଉତ୍ତର-  ମେକଅପ୍ ମାନେ କେବଳ ଫେସରେ୍ ମେକଅପ୍ ନୁହେଁ  , ମେପଅପ୍ ମାନେ ଜଣେ କେମିତି ସବୁ କ୍ଷେତ୍ରରେ ସୁନ୍ଦର ଦିଶିବ ସେଥିପ୍ରିତି ଧ୍ୟାନ ଦେବା ଆବଶ୍ୟକ । କେବଳ ଜଣେ ଭଲ ପ୍ରଡକ୍ଟ ବ୍ୟବହାର କରୁଛି ତାହା ମାନେ ନୁହେଁ ଭଲ ମେକଅପ୍ ଆର୍ଟିଷ୍ଟ  । ଆମେ ଆମ ଆର୍ଟକୁ କେମିତି ରିପ୍ରେଜେଣ୍ଟ କରୁଛୁ  ତାହା ଗୁରୁତ୍ବପୂର୍ଣ୍ଣ ।

ପ୍ରଶ୍ନ – ଆପଣଙ୍କୁ ଲାଗେ କି ମେକଅପ ଏକ ବହୁତ ବଡ଼ ଚାଲେଞ୍ଜ ?

ଉତ୍ତର-  ହଁ  ସବୁଠି ଚ୍ୟାଲେଞ୍ଜ  ଅଛି , ମୁଁ ୧୦୦ ରୁ ଅଧିକ ବ୍ରାଇଡଙ୍କୁ ମେକଅପ୍  କଲାପରେ ବି କୋଉ ବି ବ୍ରାଇଡ ପାଖକୁ ଗଲାବେଳେ ମୋତେ ଡର ଲାଗେ । ଡର ଲାଗିବାଟା ଭଲ ଜିନିଷ କି ତୁମେ ଓଭର କନଫିଡେନ୍ସ ହେବା କଥା ନୁହେଁ  । ସବୁବେଳେ ଶିଖିବା ମନରେ ରଖିବା ଦରକାର ।

ପ୍ରଶ୍ନ – ଆପଣଙ୍କର ମତ କଣ ରହିବ ସ୍କିନ ହ୍ବାଇଟ୍ନିଂ ପ୍ରଡକ୍ଟ  ଉପରେ ?

ଉତ୍ତର-  ସ୍କିନ ହ୍ବାଇଟନିଂ ପ୍ରଡକ୍ଟ  ସମ୍ପୁର୍ଣ୍ଣ ମିଛ । କେବେ ବି କେହି ଗୋରା ହୋଇପାରିବେ ନାହିଁ , ଆଗରୁ ସେମିତି ଧାରଣା ଥିଲା  । ଏବେ ତାହା ପରିବର୍ତ୍ତନ ହେଲାଣି  । ଆଗରୁ ଝିଅର ରଙ୍ଗ କମ ଥିଲେ ବାହା ହେବାକୁ ପୁଅ ମନା କରିଦେଉଥିଲେ , କିନ୍ତୁ ଏବେ ତାହା ବଦଳିଲାଣି  । ପିଲାମାନେ  ରଙ୍ଗ ଅପେକ୍ଷା ଶିକ୍ଷିତ ଝିଅଙ୍କୁ ବାଛୁଛନ୍ତି  ।

ପ୍ରଶ୍ନ -ଅଧିକ କାମ ଆସିଲେ ଆପଣ ଥକି ଯାଆନ୍ତିନି?

ଉତ୍ତର-  ମୁଁ  କେବେ ବି ଥକିନି । ଏମିତି ବି ହେଇଛି ଦିନରେ ୧୨ ରୁ ଅଧିକ ବ୍ରାଇଡଙ୍କୁ ମୁଁ ମେକଅପ୍ ଦେଇଛି । ବିନା କାମରେ ମୁଁ ବସିପାରେନି । ମୁଁ ସବୁବେଳେ କିଛି ନା କିଛି କରୁଥାଏ ।  ଯେମିତିକି ଘର ସଜାଏ, ନୂଆ ନୂଆ ଜାଗାକୁ ଯାଏ । ରୋଷେଇ କରେ  । ଏମିତି ବହୁତ କିଛି । ଓଡିଶାର ସବୁ ଖାଇବା ଘରେ  ବନାଏ ।

ପ୍ରଶ୍ନ – ଆମେ ଜାଣିବାକୁ ଚାହିଁବୁ ଓ୍ବେଡିଂ ମେକଅପ୍ କେତେ ପ୍ରାଇସରୁ ଆରମ୍ଭ ?

ଉତ୍ତର-  ଦେଖନ୍ତୁ ଧିରେ ଧିରେ ମୋତେ ଲୋକଙ୍କ ବିଶ୍ବାସକୁ ଜିତିବାକୁ ପଡିବ । ସେଥିପାଇଁ କ୍ଲାଇଣ୍ଟ ମାନଙ୍କୁ ସୁହାଇଲା ଭଳିଆ ଚାର୍ଜ ନେବା ଦରକାର । ଏହାଦ୍ବାରା  ଲୋକଙ୍କ ପାଖରେ ପହଞ୍ଚିପାରିବି  । ଲୋକ ମୋତେ ଜାଣିବା ଦରକାର। ତେଣୁ ଆମେ ୧୫ହଜାରରୁ ୨୦ ହଜାରରୁ ଚାର୍ଜ ରଖୁଛୁ । ଜଣେ ମେକଅପ୍ ଆର୍ଟିଷ୍ଟ କେବଳ ଟାଇମ ଆଉ ଆର୍ଟ ପାଇଁ ପଇସା ନିଏ ।

 

ପ୍ରଶ୍ନ – ଜଣେ ମେକଅପ୍ ଆର୍ଟିଷ୍ଟ ହିସାବରେ ଅନୁଭୂତି କଣ ରହିଛି ?

ଉତ୍ତର- ବହୁତ ସାରା ଅନୁଭୂତି ଅଛି  । ଏମିତି ହେଇଛି ସକାଳେ ୧୨ଟା ମେକଅପ୍  ଓ ରାତିରେ ୧୨ଟା କରିଛି । ସବ୍ୟସାଚୀଙ୍କ ବ୍ରାଇଡରେ ମେକଅପର୍ କରିଥିଲି  । ତାହା ସବ୍ୟସାଚୀଙ୍କ ପେଜରେ ଫିଚର୍ ହୋଇଥିଲା । ସେଇଟା ମୋ ପାଇଁ ବଡ଼ ଆଚିଭମେଣ୍ଟ ଥିଲା  । ଆଉ ଭଲ ଅନୁଭୂତି ମଧ୍ୟ ଥିଲା ।

ପ୍ରଶ୍ନ – ଆପଣଙ୍କର ଆଦର୍ଶ କିଏ  ବିୟୁଟି ଆଉ ମେକଅପ୍ ଇଣ୍ଡଷ୍ଟ୍ରିରେ ?

ଉତ୍ତର-  ଆଦର୍ଶ ବହୁତ ଜଣ ମେକଅପ୍ ଆର୍ଟିଷ୍ଟ ଅଛନ୍ତି , ମୁଁ ଆଜିର ଜେନେରେସନର ମେକଅପ୍କୁ ମଧ୍ୟ ଫଲୋ କରୁଛି  । ନାଁ ତ କହିହେବନି ହେଲେ ଆମେରିକା, ଦିଲ୍ଲୀ , ହୁଡା ମେକଅପ୍ ଏମିତି ଅନେକ ଅଛନ୍ତି , ମୁଁ ସମସ୍ତଙ୍କୁ ଫୋଲୋ କରେ । ସମସ୍ତଙ୍କଠୁ କିଛି ଶିଖେ ।

ପ୍ରଶ୍ନ – ଓଡିଶାର ହସ୍ତତନ୍ତକୁ ଆପଣ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି ?

ଉତ୍ତର-  ହ୍ୟାଣ୍ଡଲୁମ ନୁହେଁ ମୁଁ ଓଡିଶାର ଆର୍ଟ ଆଣ୍ଡ କ୍ରାପ୍ଟ ଓ ପିଠାପଣା, ଓଡିଶାର , ପରମ୍ପରାକୁ କେମିତି ଲୋକମାନେ ଜାଣିପାରିବେ ମୁଁ ଇନଫ୍ଲଏନ୍ସ କରୁଛି । ଦେଖିଥିବେ ପ୍ରାୟ ମେପଅକ୍ ଆର୍ଟିଷ୍ଟ ଗାଉନ ହେଉ କିମ୍ବା ଓ୍ବେଷ୍ଟର୍ନ କଷ୍ଟ୍ୟୁମରେ ନଜର ଆସନ୍ତି, କିନ୍ତୁ ମୁଁ ସବୁବେଳେ ଶାଢୀ ପିନ୍ଧିବାକୁ ଭଲପାଏ । ଶାଢି ଆଜିର ଯୁବପିଢିଙ୍କ ପାଇଁ କେବେ ବୋରିଂ ନୁହେଁ । ହାଣ୍ଡଲୁମ ପିନ୍ଧିବାକୁ ମୁଁ ୟଙ୍ଗ ଜେନେରେସନଙ୍କୁ ଇନଫ୍ଲୁଏସ କରେ  । ଲୋକ କୁହନ୍ତି ବୁଢୀ ଲୋକ ହ୍ୟାଣ୍ଡଲୁମ ପିନ୍ଧନ୍ତି ,ଗାଁ ଲୋକ ପିନ୍ଧନ୍ତି  । କିନ୍ତୁ ତାହା ନୁହେଁ ହ୍ୟାଣ୍ଡଲୁମର ମହତ୍ବ ବହୁତ ଅଛି ।ହ୍ୟାଣ୍ଡଲୁମ ପିନ୍ଧିବା ସହ କେମିତି ଷ୍ଟାଇଲ ହୋଇପାରିବ ସେ  ଉପରେ ମୁଁ ଆଇଡିଆ ଦିଏ । ମୁଁ ଜଣଙ୍କଠୁ ଇନସ୍ପାୟର ହେଇ ହ୍ୟାଣ୍ଡଲୁମ ପିନ୍ଧିବା ଆରମ୍ଭ କରିଥିଲି ।

ପ୍ରଶ୍ନ – ଆଜିର ଯୁବପିଢ଼ିଙ୍କୁ ମେକଅପକୁ ନେଇ କଣ ଟିପ୍ସ ଦେବେ ?

ଉତ୍ତର- ମେକଅପ୍ ମାନେ ନୁହେଁ କି ଜଣେ ବହୁତ ଅସୁନ୍ଦର ଅଛି ତାକୁ ସୁନ୍ଦର କରିଦେବା  । ମୁଁ ଚାହୁଁଛି ବ୍ରାଇଡାଲ ମେକଅପ୍ର  ଧରଣାଟା ବଦଳୁ । ଲୋକ ନିଜକୁ ନେଇ କନଫିଡେଣ୍ଟ ହୁଅନ୍ତୁ  । ମୁହଁରେ  ଖାଲି ପୋତିଥିବା ଦେବା ନୁହେଁ ମେକଅପ୍ ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!