ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଁ ସମସ୍ତଙ୍କୁ ଚକିତ କରିଥିଲେ ସେ, ଜୁଲାଇ ୭ ୨୦୨୧ରେ ଶପଥ ଗ୍ରହଣ କରି ଦେଶସେବାର ଅଖଣ୍ଡ ପ୍ରତିଜ୍ଞା ନେଇଥିଲେ ମୟୂରଭଞ୍ଜ ସାଂସଦ ବିଶ୍ଵେଶ୍ଵର ଟୁଡୁ । ୩ ଦଶନ୍ଧି ପରେ ମୟୂରଭଞ୍ଜକୁ ମିଳିଥିଲା କେନ୍ଦ୍ରମନ୍ତ୍ରୀ ପଦ। ଏହି ସମ୍ମାନଜନକ ପଦ ମଣ୍ଡିତ କରିଥିଲେ ବିଶ୍ଵେଶ୍ଵର ଟୁଡୁ। ମୋଦୀଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ମିଳିଥିଲା। ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ସେ ଦାୟିତ୍ଵ ନିର୍ବାହ କରୁଛନ୍ତି । ଜଣେ ବିପୁଳ ଜନ ସମର୍ଥିତ ସମର୍ଥ ବ୍ୟକ୍ତିବିଶେଷ , ନିପୁଣ ନେତା, କୁଶଳ, ପାରଦର୍ଶୀ ଲୋକଙ୍କ, ଆଦିବାସୀ ଜନସମୂହର ଚେହେରା ଭାବେ ଅଦ୍ୟବଧି ସେବା ଜାରି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର। ପରିବର୍ତ୍ତିକ ରାଜନୀତିର ଦୃଶ୍ୟପଟ୍ଟରେ ଜଣେ ନ୍ୟାୟବାନ, ନୀତିଯୁକ୍ତ ରାଜନେତା ଓ ଅପରିବର୍ତ୍ତନୀୟ ଆଦର୍ଶବାନ ଲୋକପ୍ରିୟ ଚେହେରା ଭାବେ ନିଜର ପ୍ରସିଦ୍ଧି ଓ ସ୍ୱତନ୍ତ୍ରତା କାରଣରୁ ଜନପ୍ରିୟ ହୋଇପାରିଛନ୍ତି ସେ।
୧୯୬୫ ମାର୍ଚ୍ଚ ୨୮ ତାରିଖରେ ମୋରଡ଼ା ବ୍ଲକ ସାନମୁଣ୍ଢାବଣି ପଞ୍ଚାୟତ ଖୁଣ୍ଟାପାଳ ଉଚ୍ଚାଖାଇ ଗାଁରେ ଜନ୍ମଲାଭ କରିତିଲେ ବିଶ୍ୱେଶ୍ୱର। ପିଲାଦିନରୁ ମେଧାବୀ ଥିବା ବିଶ୍ୱେଶ୍ୱର ଖୁଣ୍ଟାପାଳ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ଗାଁ ପାଖ ପାରେଶ୍ୱର ବିଦ୍ୟାପୀଠରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିଲେ। ଏହାପରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଉରକେଲାସ୍ଥିତ ସରକାରୀ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିଥିଲେ।୧୯୮୫ରେ ଶିକ୍ଷା ସମାପ୍ତି ପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଥିବା ରେଙ୍ଗାଳି ଡ୍ୟାମ୍ ପ୍ରୋଜେକ୍ଟରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ୩ ଦଶନ୍ଧି ଧରି ସେ ବନବାସୀ କଲ୍ୟାଣ ବିଦ୍ୟାଳୟ ସହ ଜଡି଼ତ ଅଛନ୍ତି। ୨୦୧୨ରେ ସାନମୁଣ୍ଢାବଣି ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ଲଢ଼େଇ କରି ପରାଜିତ ହୋଇଥିଲେ ବିଶ୍ୱେଶ୍ୱର। ତେବେ ୨୦୧୯ରେ ହଠାତ୍ ତାଙ୍କୁ ଲୋକସଭା ଟିକେଟ ଦେଇ ଚମକାଇ ଦେଇଥିଲା ବିଜେପି। ୨୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବାଜି ମାରିନେଇଥିଲେ ବିଶ୍ୱେଶ୍ୱର, ସାଂସଦ ହେବା ପରଠାରୁ ତାଙ୍କୁ ବିଜେପି ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଓ ମଧ୍ୟପ୍ରଦେଶର ସହ ପ୍ରଭାରୀ ଭାବେ ବିଭିନ୍ନ ଦାୟିତ୍ୱ ଦେଇଥିଲା ଦଳ।
ରାଜ୍ୟରେ ଅନେକ ଜନକଲ୍ୟାଣ କାମରେ ତାଙ୍କର ସକ୍ରିୟତା ପ୍ରଶଂସନୀୟ ।ତତସହିତ ଆଦିବାସୀଙ୍କ ଉନ୍ନତି ଓ ହିତ ସାଧାନ ନିମନ୍ତେ ଶିକ୍ଷା ବ୍ୟବସ୍ଥାକୁ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଛି। ଜଳଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଭାବେ
ସେହିପରି ଧାମନଗର ଉପନିର୍ବାଚନରେ ବିଜେପିର ନିର୍ବାଚନୀ ପ୍ରଚାରରେ ଭାଗ ନେଇ ଦଳକୁ ବିଜୟୀ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲ। ବିଜେପିର ଟାଣୁଆ ତଥା ଜଣେ ସୁଦକ୍ଷ ଆଦିବାସୀ ନେତା ଭାବେ ବିଶ୍ୱେଶ୍ୱର ଟୁଡ଼ୁଙ୍କ ପରିଚୟ । ରାଜ୍ୟରେ ଚାଲିଥିବା ବିଜେଡ଼ି ଶାସନରେ ଅନ୍ୟାୟ, ଦୁର୍ନୀତିକୁ ସେ ଦୃଢ଼ ଭାବେ ଦମନ କରିଛନ୍ତି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ମାତ୍ର ଲୋକେ ଉପକୃତ ହେଉନଥିବା ପ୍ରସଙ୍ଗରେ ସେ କହିଥିଲେ ଯେ, “ବିଜେଡି ୨୨ ବର୍ଷ ଶାସନରେ ୨୨ଟି ଯୋଜନାର ନାଁର କହିଲେ ମୁଁ ରାଜନୀତି ଛାଡ଼ି ଦେବି।” ରାଜ୍ୟ ରାଜନୀତିରେ ମଧ୍ୟ ଶାସକ ବିଜେଡ଼ି ବିରୁଦ୍ଧରେ ଦୃଢ ଭାବେ ସ୍ୱରଉତ୍ତୋଳନ କରିଥିବା ଦେଖାଯାଏ।
ରାଜନୀତିର ପଶାପାଲିରେ ଅନେକ ଥର ବିରୋଧ, ବିରୋଧୀଙ୍କ ଶରବ୍ୟର ଶିକାର ହୋଇଥିଲେ ମଧ୍ୟ ଜଣେ ନୀତିସମ୍ପନ୍ନ ଓ ଧର୍ଯ୍ୟବାନ ରାଜନେତା ହିସାବରେ ସେ ସବୁକୁ ନିଜର ଧୀରତା, ସ୍ଥିରତା ବଳରେ ସାମ୍ନା କରିଛନ୍ତି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ, ଏଥିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କୁ ମିଳିପାରେ ଗୁରୁଦାୟିତ୍ୱ ତତ୍ ସହିତ ପୁନର୍ବାର ଗଣତନ୍ତ୍ରର ମନ୍ଦିରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ।

