ବ୍ରହ୍ମାଣ୍ଡର ନିର୍ମାଣ କର୍ତ୍ତା ବିଶ୍ବକର୍ମା

ଆଜି ବିଶ୍ବବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ସବୁଠି ପାଳିତ ହେଉଛି ବିଶ୍ବକର୍ମା ପୂଜା । ବିଶ୍ବକର୍ମା ସକଳ ଶିଳ୍ପକଳାର ଜନକ। ଦେବତାମାନଙ୍କର ସମସ୍ତ ଶସ୍ତ୍ର ଓ ବିମାନ ଆଦି ବିଶ୍ବକର୍ମାଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ସ୍ବର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ବିଶ୍ବକର୍ମାଙ୍କୁ ପୂଜା କରାଯାଇଥାଏ। ବିଶ୍ବକର୍ମା ନିଜେ ଶିଳ୍ପୀ ନୁହଁନ୍ତି, ସେ ଶିଳ୍ପୀ ସମାଜର ସ୍ରଷ୍ଟା। ମର୍ତ୍ତ୍ୟଲୋକରେ ମଧ୍ୟ ନିର୍ମାଣ ହୋଇଥିବା ବଢେଇଙ୍କ ଯନ୍ତ୍ରପାତି, କଳକାରଖାନା, ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି । କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ନିର୍ମାଣର ଅଧିଦେବତା ଭଗବାନ ବିଶ୍ବକର୍ମାଙ୍କୁ ସମଗ୍ର ଭାରତ ଏବଂ ନେପାଳରେ ପୂଜା କରାଯାଏ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!