ସମ୍ପନ୍ନ ହେଲା ଲେଖିକା ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ । ନୂଆଦିଲ୍ଲୀ ଲୋଧିରୋଡ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୀତାଙ୍କୁ ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ମେହେଟ୍ଟା । ଅନ୍ତିମ ସଂସ୍କାରରେ ସାମିଲ ହୋଇ ଭଉଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାଇ ପ୍ରେମ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଗୀତା । କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି ପୁସ୍ତକ ଲେଖି ସେ ଲାଭ କରିଥିଲେ ପାଠକୀୟ ଆଦୃତି । ଜୀବନ ଦର୍ଶନକୁ ସାହିତ୍ୟରେ ରୂପାନ୍ତରିତ କରିବାରେ ସିଦ୍ଧହସ୍ତା ଥିଲେ ଗୀତା ।

