ଦେଶର ସବୁଠୁ ଧନୀ ଗଣେଶ ମୁମ୍ବାଇ, ଜିଏସ୍ବି ସେବା ମଣ୍ଡଳର ‘ମହାଗଣପତି’ ମୂର୍ତ୍ତି। ଉତ୍ତରପ୍ରଦେଶରେ ରାମ ମନ୍ଦିରର ନିର୍ମାଣ ଏବଂ ଉନ୍ମୋଚନ ଉପଲକ୍ଷେ ଏଠାରେ ହୋମ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଚଳିତବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯିବ। ମୁମ୍ବାଇର ପୂର୍ବ ଭାଗରେ କିଙ୍ଗ୍ସ ସର୍କଲରେ ଉକ୍ତ ଗଣେଶ ପୂଜା ୬୯ ବର୍ଷ ହେଲା ହୋଇ ଆସୁଛି।
ସୁରକ୍ଷା ବ୍ୟବସ୍ଥା ପାଇଁ ଏଠାରେ ଫେସ ରିକଗନିସନ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଏହି ପୂଜା ପାଇଁ ୩୬୦.୪୦ କୋଟି ଟଙ୍କାର ବୀମା ପୂଜା କମିଟି ପକ୍ଷରୁ ନିଆଯାଇଛି।

