ବସନ୍ତ: ‘ଜଳ’ ବିପ୍ଳବର କର୍ଣ୍ଣଧାର

ମୟୂରଭଞ୍ଜ…ପ୍ରାକୃତିକ ପରିବେଶରେ ଆଚ୍ଛାଦିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ବଣଜଙ୍ଗଲ ଘେରା ଅନୁନ୍ନତ ପରିବେଶରେ ସଫଳତାର ଶୀର୍ଷ ଛୁଇଁବାର ସ୍ବପ୍ନ ହୁଏତ ବେଶୀ ଦୂର ହୋଇପାରେ, ହେଲେ ଅସମ୍ଭବ ନୁହେଁ । ପ୍ରକୃତିର ଶାନ୍ତ ପୟରେ ସ୍ଥିର ଚିତ୍ତ, ଦୃଢ ଲକ୍ଷ୍ୟ ଓ ଦୂର ଆକାଶକୁ ଛୁଇଁବାର ସ୍ବପ୍ନ ମଣିଷକୁ ଆଗେଇ ନିଏ ନିଜ ଲକ୍ଷ୍ଯ ପଥରେ । ଏହା କେବଳ ଭାବନା କି କଳ୍ପନା ନୁହେଁ, ଏ ସିଦ୍ଧାନ୍ତକୁ ବାସ୍ତବତାରେ ପରିଣତ କରିଛନ୍ତି ଓଡ଼ିଶା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ମୁଖ୍ୟଯନ୍ତ୍ରୀ ବସନ୍ତ କୁମାର ରାଉତ ।

କରଞ୍ଜିଆରୁ ଭୁବନେଶ୍ବର । ସାଧାରଣ ପରିବାରରୁ ଚିଫ୍ ଇଞ୍ଜିନିୟର । ପିଲାଟି ବେଳରୁ ଇଞ୍ଜିନିୟର ହେବାର ଲକ୍ଷ୍ୟ ନେଇ ଆଗକୁ ବଢିଥିଲେ ବସନ୍ତ  । ନିଜ ସ୍ବପ୍ନକୁ ପୂରଣ କରିବାକୁ ପାଠପଢାକୁ ଗୁରୁତ୍ବ ଦେବା ସହିତ ଚାରିପାଖରେ ଘଟିଯାଉଥିବା ଘଟଣାପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ବୃତ୍ତିଗତ ଜୀବନକୁ ସଫଳ କରିବାକୁ ସର୍ବଦା କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ଗୁରୁତ୍ବ ଦେଉଥିଲେ  । ଯେଉଁଥିରେ ତାଙ୍କ ପରିବାର ଓ ଶିକ୍ଷକମାନେ ମଧ୍ୟ ଉତ୍ସାହିତ କରୁଥିଲେ  । ଶେଷରେ ନିଜ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ବଳରେ ଆଜି ସଫଳତାକୁ ହାତପାଆନ୍ତାରେ ପାଇଁ ସ୍ବପ୍ନକୁ ପୂରଣ କରିପାରିଛନ୍ତି ବସନ୍ତ  ।

ଚାଷୀଙ୍କୁ ଜମିରେ ପାଣି ଯୋଗାଇଦେବାକୁ ମିଶନ ମୋଡରେ କାମ କରୁଛନ୍ତି ରାଜ୍ୟ ସରକାର  । ପ୍ରତି ଜମିରେ ଜଳ ପହଞ୍ଚାଇ ଚାଷୀ ପରିବାରକୁ ସଶକ୍ତ କରିବାକୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି  । ରାଜ୍ୟ ସରକାରଙ୍କ ଏହି ଅଭିଯାନରେ ଗୁରୁଦାୟିତ୍ବ ତୁଲାଉଛନ୍ତି ବସନ୍ତ କୁମାର ରାଉତ । ଚାଷୀଙ୍କ ପାଖରେ ପାଣି ପହଞ୍ଚାଇବାର ଚ୍ୟାଲେଞ୍ଜକୁ ବ୍ରତ ଭାବରେ ଗ୍ରହଣ କରି ନିଜର କର୍ତ୍ତବ୍ୟ ତୁଲାଉଛନ୍ତି । ଅହରହ କାମ କରି ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ହାସଲ କରୁଛନ୍ତି  । ତାଙ୍କ ନେତୃତ୍ବରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କ୍ଷେତ୍ରରେ ଆସିଛି ଉଲ୍ଲେଖନୀୟ ଅଗ୍ରଗତି  । ରାଜ୍ୟରେ ୫ ଲକ୍ଷରୁ ଅଧିକ ହେକ୍ଟର ଜମିକୁ ଆୟାକଟ ମାଧ୍ୟମରେ ଜଳସେଚିତ କରାଯାଇଛି  । ଏକାଧିକ ଜଳସେଚନ ପ୍ରକଳ୍ପ ଓ ଚେକ ଡ୍ଯାମ ନିର୍ମାଣ କରାଯାଇ ରାଜ୍ୟ ସରକାରଙ୍କ ମିଶନକୁ ହାସଲ କରାଯାଉଛି  । ନିର୍ମାଣାଧୀନ ପ୍ରକଳ୍ପର କାର୍ଯ୍ୟକାରୀତା ଓ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଜମିକୁ ଜଳସେଚିତ କରାଇବାକୁ ସେ ଗୁରୁତ୍ବ ଦେଉଛନ୍ତି  । ଏହାଛଡ଼ା ଅସମ୍ପୂର୍ଣ୍ଣ ରହିଥିବା କେନାଲକୁ କାର୍ଯ୍ୟକ୍ଷମ ଏବଂ ଗ୍ରାଉଣ୍ଡ ପାଇପଲାଇନ୍ ମାଧ୍ୟମରେ ଜଳସେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରୁଛନ୍ତି ବସନ୍ତ  ।

ନୂଆ ଓଡ଼ିଶା ନିର୍ମାଣ ଦିଗରେ ରାଜ୍ୟସରକାର କାମ କରୁଛନ୍ତି  । ଏହି ପର୍ବରେ ପ୍ରତି ଜମିକୁ ଜଳ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କୃଷି ପାଇଁ ଜଳସେଚନ ଏକ ପ୍ରମୁଖ ଆବଶ୍ୟକତା  । ଚାଷ ଓ ଚାଷୀଙ୍କ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ଏଥିରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଛନ୍ତି ବସନ୍ତ  । ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଓ ଦୃଢ କାର୍ଯ୍ୟଦକ୍ଷତା ଓଡ଼ିଶାର ସଫଳତାରେ ନୂଆ ଫର୍ଦ୍ଦ ଯୋଡ଼ିଛି  । ରାଜ୍ୟର ଚାଷୀଭାଇଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଛନ୍ତି  । କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ମାଧ୍ୟମରେ ଜଳସେଚନର ନୂଆ ଏକ ଯୁଗର ଅବଧାରଣା କରିଛନ୍ତି ବସନ୍ତ  । ଓଡ଼ିଶାର ସେବାରେ ସମର୍ପିତ ଏଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କୁ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!