ଆଜି ମେଲାଣୀ ନେବେ ମା’ଦୁର୍ଗା

ଆଜି ମା ଦୁର୍ଗତି ନାସିନୀ ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେବେ । ଭଷାଣୀ ପାଇଁ ରାଜଧାନୀ ଭୁବନେଶ୍ବରରେ ମୁତୟନ ହେବେ ୩୧ ପ୍ଲାଟୁନ ପୁଲିସ ଫୋର୍ସ । ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ ।

୧୨ ଜଣ ଅତିରିକ୍ତ ଡିସିପି, ଏସିପି ୨୮ ଜଣ, ଇନ୍ସପେକ୍ଟର ୪୨ ଜଣ, ଏଏସଆଇ, ଏସଆଇ ୧୫ , ଟ୍ରାଫିକ ଅଫିସର ୧୩ ଜଣ ଓ ଅନ୍ୟାନ୍ୟ ପୁଲିସ କର୍ମକର୍ତ୍ତା ଉପସ୍ଥିତ ରହିବେ।
ମାଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭଷାଣି ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୁଲିସ ।

ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବା ବେଳେ ସବୁଠି ଅଗ୍ନିଶମ ବିଭାଗ ମୁତୟନ କରିବ ଅଗ୍ନିଶମ ବିଭାଗ ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!