ଦିବ୍ୟାଙ୍ଗ ହୋଇ ପାଉନଥିଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘର,ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସବୁଠି କରୁଥିଲେ ଗୁହାରି,ଏହି ସମୟରେ ଦିବ୍ୟାଙ୍ଗ କୁ ଦେଖି ନିଜେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ରେଢ଼ାଖୋଲ ବିଧାୟକ ରୋହିତ ପୁଜାରୀ । ସାମାନ୍ୟ ଆବାସ ଘର ଟିଏ ପାଇବାକୁ କାନ୍ଦି କାନ୍ଦି ଗୁହାରି କରୁଥିବା ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ଦୁଃଖ ଦେଖି ଆବାସ ଯୋଜନାରେ ଦିବ୍ୟାଙ୍ଗ କୁ ଘର ଟିଏ ଯେପରି ମିଳିବ ସେ ନେଇ ବିଧାୟକ ପୂଜାରୀ ଆଗକୁ ଆସି ଜିଲ୍ଲାପାଳଙ୍କୁ ନେଇ ସାକ୍ଷାତ କରାଇଥିଲେ ।

ରେଢାଖୋଲ ନିର୍ବାଚନ ମଣ୍ତଳି ଅନ୍ତର୍ଗତ ନାକଟିଦେଉଲ ବ୍ଳକ କୁଟାସିଂହା ଗ୍ରାମର ନାରଦ ମାଝି ନାମକ ବ୍ୟକ୍ତିଙ୍କ ଚାଳ ଘର ଗତ ବର୍ଷ ଝଡ ତୋଫାନରେ ଭାଙ୍ଗି ଯାଇଥିଲା । ଯାହାଫଳରେ ସେ ବାସହରା ହୋଇ ଯାଇଥିଲେ । ଭିନ୍ନକ୍ଷମ ହୋଇଥିବାରୁ ନୂତନ ଘର ତିଆରି କରିବାକୁ ସେ ଅସମର୍ଥ ହୋଇଥିଲେ । ତେବେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆଜି ସେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ହୋଇଥିଲେ ।

ସେହି ସମୟରେ ବିଧାୟକ ଙ୍କ ଦୃଷ୍ଟି ଦିବ୍ୟାଙ୍ଗ ଜଣକ ଉପରେ ପଡିବାରୁ ବିଧାୟକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆଗକୁ ଆସି ନିଜେ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ଦିବ୍ୟାଙ୍ଗ ଙ୍କ ସମସ୍ୟା ସମାଧାନ ଯେପରି ହୋଇପାରିବ ସେନେଇ ଆଲୋଚନା କରିଥିଲେ । ତେବେ ସାହାଯ୍ୟ ଅପେକ୍ଷାରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ବିଧାୟକ ସାହାଯ୍ୟ କରିବାକୁ ଆଗେଇ ଆସିବା ଘଟଣା ଟି ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ରହିଛି ।

