ବିଶ୍ବକପରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । କ୍ରିକେଟ ବେଳେ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବକପରୁ ବାଦ ପଡିଛନ୍ତି । ଆହତ ସମସ୍ୟା ପାଇଁ ତାଙ୍କୁ ଅବଶିଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସାମିଲ କରାଯାଇଛି । ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର ।
Related Posts
ବିଜୟରୁ ଚେନ୍ନାଇର ଅଭିଯାନ ଆରମ୍ଭ
ଆଇପିଏଲ୍ ୨୦୨୪ର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ…
ମହିଳା ଟି-୨୦ ବିଶ୍ବକପ୍ : ପାକିସ୍ତାନ ବିପକ୍ଷରେ ଭାରତର ବିଜୟ
ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ…
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିୟନ
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬…

