ଅଷ୍ଟ୍ରେଲିଆ କହିଲା ହାରିବାର କାରଣ

ମଙ୍ଗଳବାର ଆଇସିସି ଚମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଗତ ବିଶ୍ବକପ ଫାଇନାଲର ବଦଲା ନେଇଛି ଭାରତ । ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ୧୧ ବଲ ପୂର୍ବରୁ ଏହାକୁ ହାସଲ କରିଛି ରୋହିତ ବାହିନୀ । ତେବେ ଅଷ୍ଟ୍ରେଲିଆ ଦଳର ପରାଜୟକୁ ନେଇ ଅନେକ କାରଣ ସମ୍ପର୍କରେ ଆଲୋଚନା ହେଉଥିବାବେଳେ ମୁହଁ ଖୋଲିଛନ୍ତି ଅଧିନାୟକ ଷ୍ଟିଭ୍ ସ୍ମିଥ୍ । ପରାଜୟର କାରଣ କହିଛନ୍ତି ସ୍ମିଥ୍ । ସେ କହିଛନ୍ତି କି, ଦଳ ପରାଜୟର ଅନେକ ଗୁଡ଼ିକ କାରଣ ରହିଛି । ଆମେ ୨୮୦ ପରେ ସ୍କୋର କରିଥିଲେ ଫଳାଫଳ କିଛି ଭିନ୍ନ ହୋଇଥଆନ୍ତା । ସେପଟେ ଦଳର ଅଭିଜ୍ଞ ଖେଳାଳି ପାଟ କମିନ୍ସଙ୍କ ଅନୁପସ୍ଥିତି ବହୁତ କ୍ଷତି ପହଞ୍ଚାଇଛି । ବିଶ୍ବକପ ଜିତାଇଥିବା କମିନ୍ସଙ୍କ ଆହତ କାରଣରୁ ମୋତେ ଦଳର ଅଧିନାୟକ ପଦ ସମ୍ଭାଳିବାକୁ ପଡ଼ିଛି ।

ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଗତକାଲି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ । ଦୁବାଇରେ ଆଣ୍ଠେଇଲା କଙ୍ଗାରୁ । ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଥରେ କୋହଲି ଖେଳିଲେ ବିରାଟ ଇନିଂସ । ଏହି ବିଜୟ ସହ ୨୦୨୩ ନଭେମ୍ବର ୧୯ର ବଦଲା ନେଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ଭାରତର ବଡ଼ ବିଜୟ । ବିରାଟ କୋହଲିଙ୍କ ଦମଦାର ୮୪ ରନ୍‌ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଗତକାଲି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲିଂ ଆଟାକ୍‌ ସାମ୍ନାରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ମାତ୍ର ୨୬୪ ରନ୍ କରି ଅଲଆଉଟ୍‌ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍‌ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୭୩ ରନ୍‌ କରିଥିଲେ ।

 

 

 

Post Views29 Total Count

Apply Now


This will close in 0 seconds

error: Content is protected !!