ଏମାନେ ଖେଳିବେ ଏସିଆ କପ୍

ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ୧୭ଜଣିଆ ସ୍କ୍ବାଡରେ ନବାଗତ ତିଲକ ବର୍ମା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ସହ କୋହଲି, ରୋହିତ ଶର୍ମା, ଇଶାନ କିଷାନ, ମହମ୍ମଦ ସାମି, ମହମ୍ମଦ ସିରାଜ ପ୍ରମୁଖ ସାମିଲ ହୋଇଛନ୍ତି ।

ଇନଜୁରୀ ପରେ ଟିମକୁ ଫେରିଛନ୍ତି ଶ୍ରେୟଶ ଆୟର, କେ ଏଲ ରାହୁଲ । ଆୟର୍ଲାଣ୍ଡ ସହ ଖେଳୁଥିବା ପେସ ବୋଲର ଯଶପ୍ରୀତ ବୁମରା ମଧ୍ୟ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଟିମର ଉପଅଧିନାୟକ ଦାୟିତ୍ବ ତୁଲାଇବେ । ଅଗଷ୍ଟ ୩୦ରୁ ସେପ୍ଟେମ୍ବରପ ୧୭ ଯାଏଁ ଚାଲିବ ଏସିଆ କପ । ସେପ୍ଟେମ୍ବର ଦୁଇରେ ଭାରତ-ପାକ ମୁକାବିଲା ହେବ ।


ଟିମରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ ରାହୁଲ, ତିଲକ ବର୍ମା, ଇଷାନ କିଶାନ, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା, ବ୍ୟାକ ଅପ ଖେଳାଳି- ସଞ୍ଜୁ ସାମସନ ସ୍ଥାନ ପାଇଛନ୍ତି ।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!