କ୍ରିକେଟ ପ୍ରେମୀଙ୍କ ବଢୁଛି ଉତ୍ସାହ, ୨୫ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁବାଇରେ ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍ । ରବିବାର ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଜାରି ରଖିଛନ୍ତି ଉଭୟ ଦଳ । ଚମ୍ପିଆନ୍ସ ଟ୍ରଫି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ ।

ରବିବାର ଦୁବାଇରେ ଏହି ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ । ତେବେ ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୦୦ ମସିହାର ନାଇରୋବି ଫାଇନାଲରେ ଭାରତକୁ ମାତ୍ ଦେଇ ଚାମ୍ପିଅନ୍ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ । ଆଉ ଏବେ ୨୫ ବର୍ଷ ପୁରୁଣା ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

Post Views21 Total Count

Apply Now


This will close in 0 seconds

error: Content is protected !!