ମଟନ ନାଁରେ ଗୋମାଂସ

ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ ।

ପୁରୀ ଦେଇଯାଇଥିବା ଏନଏଚ ୨୧୬ ରାସ୍ତାର  ସାକ୍ଷୀଗୋପାଳ ନିକଟରେ ଥିବା ଜୟା ହୋଟେଲକୁ ନେଇ ହଇଚଇ । ଏହି ହୋଟେଲରେ ଖାସ୍ ମଟନ ହେଉଥିବାରୁ ଏଠାରେ ଖାଇବାକୁ ପ୍ରତିଦିନ ଶହଶହ ଲୋକଙ୍କ ଭିଡ ଜମେ । ହେଲେ ଏସବୁ ଭିତରେ ଆସିଛି ସାଂଘାତିକ ଅଭିଯୋଗ ।

ମଟନ ନାଁରେ ଲୋକଙ୍କୁ ଗୋମାଂସ ପରଷାଯାଉଥିବା ସହ କେବେକେବେ ମଟନରେ ଗୋମାଂସ ଚର୍ବି ମିଶାଯାଇ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏହି ଅଭିଯୋଗ ଆସିବା ପରେ ଚେତିଲା ପ୍ରଶାସନ । ଏବଂ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ ।

ଏହା ସହ ହୋଟେଲ ଚାରିପଟକୁ ତାରବାଡରେ  ଘେରାଯାଇ ପୋଲିସ ମୁତୟନ କରାଯାଇଛି । ଯଦିଓ ଏହାର ସତ୍ୟତା ନେଇ ପ୍ରଶାସନ ପାଖରୁ କିଛି ଠୋସ୍ ପ୍ରତିକ୍ରିୟା ମିଳିପାରିନାହିଁ।

Post Views6 Total Count

Apply Now


This will close in 0 seconds

error: Content is protected !!