୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହଏହାଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଏବଂ ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
୧୨୩ତମ ଏସଏଲଏସଡବ୍ଲୁସିଏ ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି।
ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯାଇ ସଂପୃକ୍ତ ଅଞ୍ଚଳରେ ଉଭୟ ଡାଉନଷ୍ଟ୍ରିମ୍ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆପାଇଥିଲା । ରତ୍ନପଥର କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା କି ହୀରା ଏବଂ ଅଳଙ୍କାର ଉତ୍ପାଦନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପଯୋଗ କରୁଛି। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଏହିସବୁକ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି।
ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ୍ ଡିଭାଇସ୍ ଏବଂ ଏସଆଇସି ମଡ୍ୟୁଲ୍ ପାଇଁ ଉତ୍ପାଦନ ଫେବ୍ରିକେସନ୍ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ନ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
ମିଲ୍ ପାଇଁ ୫୮.୩୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ‘ମିଲ୍କ ମନ୍ତ୍ର ଡାଏରୀ’ ପୁରୀରେ ଡାଏରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୧.୧୦ କୋଟି ଟଙ୍କା ବିନିଯୋଗ କରୁଛି। ମିଳିତ ନିଯୁକ୍ତି ସୃଷ୍ଟି କ୍ଷମତା ପ୍ରାୟ ୧୧୩୫।ଝାରସୁଗୁଡ଼ାରେ ୭୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୫୦ ନିଯୁକ୍ତି ସମ୍ଭାବନା ରଖିମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡ ସ୍ଥାପନ ହେବାକୁ ଯାଉଛି ଯାହା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବ । ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିପ୍ଳବ ଦିଗରେ ପଦକ୍ଷେପକୁ ସୂଚାଉଛି ।
ପାରମ୍ପରିକ ସମ୍ବଳର ସୁବିଧାକୁ ଆଧୁନିକ ଉଦ୍ଭାବନ ସହ ମିଶାଇ ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଅଗ୍ରଗତି କରୁଛି । ରାଜ୍ୟର ରଣନୈତିକ ଦୃଷ୍ଟିକୋଣ, ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ସହିତ ଏହା କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପ ଦକ୍ଷତା, ଅର୍ଥନୈତିକ ସମୃଦ୍ଧି ଓ ରୋଜଗାର ସୃଷ୍ଟିର କ୍ଷମତା କେନ୍ଦ୍ର ହେବା ଦିଗରେ ଏହାର ଯାତ୍ରାକୁ ତ୍ୱରାନ୍ୱିତ କରିବ । ଭବିଷ୍ୟତର ପ୍ରତିଶ୍ରୁତି ରଖି “ଆସ,ଏହି ମହାକୁମ୍ଭରେ ଯୋଗ ଦିଅ” ଆହ୍ୱାନ ଦେଇ ଓଡିଶା ଶିଳ୍ପ ବିକାଶରେ ପଥ ପ୍ରଦର୍ଶକ ହୋଇଛି ।

