ଜେ.କେ. ଦାସ: ରୂପାନ୍ତରଣର ପ୍ରବାହମାନ ସ୍ରୋତ

() ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ବିକାଶ କରି ରାଜ୍ୟକୁ ଉନ୍ନତିର ନୂଆ ସୋପାନରେ ପହଞ୍ଚାଇଛନ୍ତି ରାଜ୍ୟ ସରକାର । ପ୍ରତିଟି ଧାର୍ମିକ କ୍ଷେତ୍ରର ନବକଳେବର କରାଯାଇ ଭକ୍ତଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ମହତ୍ବାକାଂକ୍ଷୀ ପଦକ୍ଷେପରେ ଗୁଣ୍ଡୁଚି ସାଜି କୋଟିକୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବାରେ ଯେଉଁ ବ୍ୟକ୍ତିଙ୍କର ଅଶେଷ ଭୂମିକା ରହିଛି ସେ ହେଲେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଜୟକ୍ରୀଷ୍ଣ ଦାସ  । ଜନତାଙ୍କ ଧାର୍ମିକ ଓ ସାଂସ୍କୃତିକ ଭାବନା ପ୍ରତି ସମ୍ମାନ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାରେ ଜୟକ୍ରୀଷ୍ଣଙ୍କର ଅବଦାନ ଅତୁଳନୀୟ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରୂପାନ୍ତରଣ ପ୍ରତିପଦ୍ଧତାକୁ ଗ୍ରହଣ କରି ରାଜ୍ୟର ବିକାଶକୁ ପ୍ରଗତି ପଥରେ ଆଗେଇ ନେଉଛନ୍ତି ଜେ.କେ. ଦାସ ।

ଓଡ଼ିଶାରେ ଫାଇଭ-ଟି ସ୍ପର୍ଶରେ ରୂପାନ୍ତରଣ ଯୁଗ ଆରମ୍ଭ ହୋଇଛି  । ଫାଇଭ-ଟି ମାଧ୍ୟମରେ ଦ୍ରୁତ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର  । ଫାଇଭ-ଟିର ଏହି ଅଭିଯାନରେ ଓବିସିସି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି  । ସାଧାରଣତଃ ଫାଇଭ-ଟି ଅଧୀନରେ ରୂପାନ୍ତରଣ ହେଉଥିବା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକର ଦାଇତ୍ବ ଓବିସିସି ନେଉଛି  । ଓବିସିସି ଉପରେ ମୁଖ୍ୟମନ୍ତ୍ରୀଙ୍କର ରହିଥିବା ବିଶ୍ବାସକୁ ବିକାଶରେ ପରିଣତ କରୁଛନ୍ତି ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକ୍ରୀଷ୍ଣ ଦାସ  । ଏହାର ମାଷ୍ଟରପ୍ଲାନଠୁ ଆରମ୍ଭ କରି କାର୍ଯ୍ୟକାରିତା ଓ ପରିଚାଳନା ପର୍ଯ୍ୟନ୍ତ ସବୁର ଗୁରୁଦାୟିତ୍ବ ନିଜେ ଜୟକ୍ରୀଷ୍ଣ  ନେଉଛନ୍ତି  । ପ୍ରକଳ୍ପର ଅନୁଧ୍ୟାନ କରିବା ସହ ପ୍ରତିଟି କାର୍ଯ୍ୟର ତଦାରଖ କରୁଛନ୍ତି  । ତାଙ୍କ ନେତୃତ୍ବରେ ରାଜ୍ୟର ପ୍ରମୁଖ ମନ୍ଦିରର ନବକଳେବର ହେଉଛି  । ପୁରୀ ଶ୍ରୀମନ୍ଦିର ଏବେ ନୂଆରୂପ ପାଉଛି  । ଆସନ୍ତା ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା କରାଯିବ  । ଏହାର କାମ ଆସନ୍ତା ଡିସେମ୍ବର ମଧ୍ୟରେ ସରିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ବପ୍ନର ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାରେ ଜୟକ୍ରୀଷ୍ଣ ଦାସଙ୍କର ଅବଦାନ ଅତୁଳନୀୟ । ନିୟମିତ ଭାବେ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଦୈନିକ ନିର୍ମାଣ କାର୍ଯ୍ୟର ତଦାରଖ ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ବ୍ରତ ଭାବରେ ଗ୍ରହଣ କରି ସମର୍ପିତ ଭାବରେ ଶ୍ରୀକ୍ଷେତ୍ରର ବିକାଶରେ ନିଜକୁ ସମର୍ପି ଦେଇଛନ୍ତି ଜେକେ ଦାସ  ।ଖାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନୁହେଁ, ସ୍ବର୍ଗଦ୍ବାରର ରୂପାନ୍ତରଣ, ଏକାମ୍ର ପ୍ରକଳ୍ପ, ସମଲେଶ୍ବରୀ ମନ୍ଦିର, ମାଆ କଟକ ଚଣ୍ଡୀ, ମାଆ ଭଗବତୀ, ନୀଳମାଧବ, ମାଆ ଶାରଳା, ତାରାତାରିଣୀ ଆଦି ରାଜ୍ୟର ଏକାଧିକ ମନ୍ଦିରର ରୂପାନ୍ତରଣ ପ୍ରକ୍ରିୟାରେ ଜେକେ ଦାସଙ୍କ ପରିକଳ୍ପନା ଆମ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି  । ରାଜ୍ୟରେ ଅନ୍ତର୍ଜାତୀୟ ସ୍ତରର କଟକ ନେତାଜୀ ବସ ଟର୍ମିନାଲ ନିର୍ମାଣରେ ପ୍ରମୁଖ ଭୁମିକା ତୁଲାଇଛନ୍ତି ଜେକେ ଦାସ । ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ, ସୁଆଣ୍ଡୋର ବିକାଶରେ ମଧ୍ୟ ଜୟକ୍ରୀଷ୍ଣଙ୍କ ଭୂମିକା ରହିଛି । ଫାଇଭ-ଟିର ଉପଯୋଗ ଏବଂ ଗୁଣାବତ୍ତାକୁ ନିଶ୍ଚିତ କରି ପ୍ରତିଟି ପ୍ରକଳ୍ପର ସଫଳ କାର୍ଯ୍ୟକାରିତାରେ ଜୟକ୍ରୀଷ୍ଣଙ୍କ ଯୋଗଦାନ ରହିଛି  ।

ଖାଲି ଐତିହ୍ୟ ସଂସ୍କୃତି ନୁହେଁ, ଓଡ଼ିଶାବାସୀଙ୍କ ସୁରକ୍ଷିତ ସ୍ବାସ୍ଥ୍ୟ ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର  । ଏଥିପାଇଁ ନୂଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ଆମ ହସପିଟାଲରେ ଡାକ୍ତରଖାନାରେ ରୂପାନ୍ତରଣ କରାଯାଉଛି । ଯେଉଁଥିରେ ଓବିସିସି ନିର୍ମାଣ ଦାୟିତ୍ବ ତୁଲାଉଛି  । କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, କ୍ୟାପିଟାଲ୍‌ ହସ୍ପିଟାଲ୍‌ ତଥା ରାଜ୍ୟର ସମସ୍ତ ମେଡିକାଲ କଲେଜରେ ନିର୍ମାଣ ଓ ପରିଚାଳନା ଦାୟିତ୍ବ ତୁଲାଇ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ଓବିସିସି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଯାହାକି ଜୟକ୍ରୀଷ୍ଣ ଦାସଙ୍କ ନେତୃତ୍ବରେ ସଫଳ ହୋଇଛି  । ତାଙ୍କ ନେତୃତ୍ବରେ ଏସସିବିକୁ ବିଶ୍ବସ୍ତରୀୟ ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ବାସ୍ତବତାର ରୂପ ନେଉଛି  । ଓଡ଼ିଆ ବିଶ୍ବବିଦ୍ୟାଳୟ, ରାଜ୍ୟର ପ୍ରମୁଖ ଫ୍ଲାଏ ଓଭର ନିର୍ମାଣରେ ମଧ୍ୟ ଜେକେ ଦାସଙ୍କ ମାର୍ଗଦର୍ଶନ ଫଳପ୍ରଦ ହୋଇଛି  । ଓଡିଶା ବ୍ରିଜ୍‌ ନିର୍ମାଣ ନିଗମ ବା ଓବିସିସି ଦ୍ବାରା ପରିଚାଳିତ ଓ୍ଵାକର୍ସ ଏବଂ ଆରଡି ବିଭାଗ ରାସ୍ତାରେ ଟୋଲଗେଟକୁ ରଦ୍ଦ କରାଯାଇଛି  । ଏପରି କରି ରାଜ୍ୟବାସୀଙ୍କୁ ଟୋଲ୍ ଦେୟରୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର  । ଏଭଳି ଜନକଲ୍ୟାଣକାରୀ ନିଷ୍ପତ୍ତିରେ ମଧ୍ୟ ଇଞ୍ଜିନିୟର ଜୟକୃଷ୍ଣ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନର ସଫଳତା ପ୍ରତିଫଳିତ ହୋଇଛି  । ଜଣେ ନିଷ୍ଠାବାନ, ସମର୍ପିତ ବ୍ୟକ୍ତିଭାବେ ରାଜ୍ୟ ସରକାରଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ଜେକେ ଦାସ । ଲୋକଙ୍କ ସ୍ବାର୍ଥ ପାଇଁ କାମ କରି ଜନତା ଓ ସରକାରଙ୍କର ଆପଣାର ହୋଇଛନ୍ତି  ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!