ଓଡ଼ିଶା-ଭିଏତନାମର ଭିନ୍ ଲଙ୍ଗ ରାଜ୍ୟ ବୁଝାମଣା

ରାଜ୍ୟ ଏମ୍ଏସଏମ୍ଇ ବିଭାଗ ଓ ଭିଏତନାମର ଭିନ୍ ଲଙ୍ଗ ରାଜ୍ୟ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି।ଭିଏତ୍ନାମର ଭାନ୍ ଲଙ୍ଗ ରାଜ୍ୟକୁ ଓଡ଼ିଶାର ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ସେମାନଙ୍କ ସାମଗ୍ରୀ ରପ୍ତାନି କରିପାରିବେ। ସେଠାରେ ସେଥିପାଇଁ ବିପୁଳ ସୁଯୋଗ ରହିଛି। ଇଡ୍କୋ ସମ୍ମିଳନୀ କକ୍ଷରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ବୁଝାମଣା ସ୍ବାକ୍ଷର ହୋଇଥିଲା।

ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ଭିନ୍ ଲଙ୍ଗ୍ ରାଜ୍ୟକୁ ରପ୍ତାନି ପାଇଁ ଓଡ଼ିଶା ସର୍ବଦା ପ୍ରସ୍ତୁତ ରହିଛି। ଓଡ଼ିଶାର ରପ୍ତାନି ନୀତି ଏଭଳି କାରବାରକୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ବିଶ୍ବ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ବର ଶାଖାର ପ୍ରତିନିଧି ରାଜେନ ପାଢ଼ୀ କହିଛନ୍ତି ଯେ ଭିଏତନାମ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ପୂର୍ବରୁ ଓଡ଼ିଶାରୁ ଲୁହା, ଇସ୍ପାତ ଓ ଧାତବ ପଦାର୍ଥ ଭିଏତନାମକୁ ରପ୍ତାନି କରାଯାଉଥିଲା। ଏବେ ସେଠାରେ ରାଜ୍ୟର ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବଢ଼ିଛି ବୋଲି ସେ କହିଛନ୍ତି।ଭିଏତ୍ନାମର ଭିନ୍ ଲଙ୍ଗ ରାଜ୍ୟର ଏକ ୨୨ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଆସି ଦ୍ବିପାକ୍ଷିକ ସହଯୋଗିତା ସୁଯୋଗ ସନ୍ଧାନ କରୁଛନ୍ତି।

ଆଇଟି ସେବା, କୃଷି, ମତ୍ସ୍ୟଚାଷ, ସାମୁଦ୍ରିକ ଖାଦ୍ୟ, ପଶୁ ଆହାର, ନିର୍ମାଣ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ଉଭୟ ଓଡ଼ିଶା ଓ ଭିନ୍ ଲଙ୍ଗ୍ ରାଜ୍ୟ ଗୁରୁତ୍ବାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ରୁ ଅଧିକ ଏମ୍ଏସ୍ଏମ୍ଇ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ଓ ଡବ୍ଲୁଟିସି ଭୁବନେଶ୍ବରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!