ଆଉ କିଛି ସମୟର ଅପେକ୍ଷା…

ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ବିଶ୍ୱ ଚାମ୍ପିୟନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଟିମ୍‌  । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ସେହି ମ୍ୟାଚର୍‌  ପ୍ରତିଶୋଧ ନେବା ଭାରତ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ । ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ବିଶ୍ବକପ ଫାଇନାଲକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆରମ୍ଭରୁ ଦର୍ଶକଙ୍କୁ୍ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର କଳାକୌଶଳ। ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ। ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏ ରୋମାଞ୍ଚ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!