ଜୟପୁର ଭିଜିଲାନ୍ସ ଜାଲରେ ବନ୍ଧା ହେଲେ ବୈପାରିଗୁଡା ଥାନା ଅଧିକାରୀ

ଆଜିର ବଡ ଖବର କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କଲା ଜୟପୁର ଭିଜିଲାନ୍ସ ବିଭାଗ। ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ବୈପାରିଗୁଡା ଠାରୁ କଟକ ଅଭିମୁଖେ ନିଜ ଘରକୁ ରିଲାଏନ୍ସ ବସ୍ ରେ ଯିବା ସମୟରେ ଜୟପୁର ନିକଟସ୍ଥ ଟାଙ୍କୁଆ ଗ୍ରାମ ନିକଟ ରେ ଜୟପୁର ଭିଜିଲାନ୍ସ ଦଳ ବସ୍ ରେ ଅତର୍କିତ ଚଢ଼ାଉ କରି ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ସହ ଗିରଫ କରିବା ପରେ ବୈପାରିଗୁଡା ନିଜ କାର୍ଯ୍ୟାଳୟରୁ ୧ଲକ୍ଷ ୮୦ ହଜାର ଟଙ୍କା ଏବଂ ବାସଗୃହ ରୁ ୩ ଲକ୍ଷ ଟଙ୍କା ସର୍ବମୋଟ ୭ଲକ୍ଷ ୫୦ ହଜାର ଟଙ୍କା ଗତକାଲି ରାତ୍ର ଜବତ କରିଥିଲା।

ପୁଣି ଆଜି ସକାଳୁ ମିଳିଥିବା ସୂଚନା ମୁତାବକ କଟକ ସ୍ଥିତ ଆଇଆଇସି ସୁଶାନ୍ତ କୁମାର ଶତପଥୀ ଙ୍କ ସରକାରୀ କ୍ୱାର୍ଟରରେ ଖୋଜାଖୋଜି ବେଳେ ବେଡ୍ ରୁମ୍ ରୁ ୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟର କ୍ୟାସ୍ ବଣ୍ଡଲ୍ ସକାଳେ ଉଦ୍ଧାର କରାଯାଇଥିଲା। ପାଖାପାଖି ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଯାହା ରିପୋର୍ଟ ରହିଛି। ଆଇ ଆଇ ସି ସୁଶାନ୍ତ ବୈପାରିଗୁଡା ଥାନାରେ ଯୋଗ ଦେବାରେ ମାତ୍ର ୫ ମାସ ହୋଇଛି ପୁର୍ବ ରୂ ସେ ରାୟଗଡ଼ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଏମିତି ଗୁଡ଼ାଏ ଲାଞ୍ଚ କାରବାର ରେ ଲିପ୍ତ ରହିଥିବା କଥା ସାମନାକୁ ଆସିଛି।

ଏହି ସବୁ କଳା ଧନ ଗଂଜେଇ ବେପାରୀଙ୍କ ସହିତ ଲିଙ୍କ୍ ରେ ରହି ଏତେ ସବୁ ଟଙ୍କା ଉପାର୍ଜନ କରିଥିବା ଜଣାପଡ଼ିଛି ।ବର୍ତମାନ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗକୁ ଏହି ସରକାରୀ ବାବୁଙ୍କ ସହ କେଉଁ କେଉଁ ଅଧିକାରୀ ମାନେ ଜଡ଼ିତ ରହିଛନ୍ତି ତାହା ଜାଣିବାକୁ ବାକି ରହିଛି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!