କୋରାପୁଟରେ ଗ଼ଡିଲା ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବା ଦ୍ବାରା ଉପକୃତ ହେବେ ୧୩ ଲକ୍ଷ ଲୋକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ଯୋଜନା ଗାଁ ଲୋକଙ୍କ ପାଇଁ ଆଶୀର୍ବାଦ । ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ଲକ୍ଷ୍ମୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସିଏମଓର ଜିଲ୍ଲା ଗସ୍ତବେଳେ ଏହାର ଆବଶ୍ୟକତା ବିଷୟରେ ଅବଗତ ହେବା ପରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ବାରା ଚାଷୀ, ବ୍ୟବସାୟୀ, ଛାତ୍ରଛାତ୍ରୀଙ୍କୁ ବେଶୀ ସୁବିଧା ମିଳିବ । ଏବେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି।

