ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି, ଆସନ୍ତା ଜୁଲାଇ ମାସ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର। କୋର କମିଟି, ଟେକନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ତେବେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସ୍ଆଇ । ଏହାକୁ ଆଧାର କରି ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି ।
ଶ୍ରୀମନ୍ଦିର ନୀତି ପ୍ରଶାସକ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ୧୬ ଜଣିଆ ଏସ୍ଏସ୍ଆଇ ଟିମ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ହେଲେ ଭିତର କବାଟର ଚାବି ନଥିବାରୁ ବାହାରୁ ସ୍ଥିତି ଅନୁଧ୍ୟାନ କରି ଟିମ ଫେରିଥିଲା । ରତ୍ନଭଣ୍ଡାର ଖୋଲାଯିବ କେତେଯେ ରହସ୍ୟର ଉନ୍ମୋଚନ ହେବ ଏନେଇ ରାଜ୍ୟବାସୀଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

