ସାମ୍ବାଦିକଙ୍କ ପାଖକୁ ପୁଣି ଆସିଲା ଆତଙ୍କବାଦୀ ପନ୍ନୁ ନାମରେ ଇମେଲ

ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ପୁଣି ଆସିଲା ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାମରେ ଇମେଲ। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳନୀକୁ ଭଣ୍ଡୁର ପାଇଁ ଏକ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଆସିଛି। ବିମାନବନ୍ଦରରୁ ଜନତା ମଇଦାନ ଯାଏ ଆତଙ୍କ ଖେଳାଇବାକୁ ଧମକ ଦିଆଯାଇଛି। ସୂଚନାଯୋଗ୍ୟ, ଆଗାମୀ ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସମ୍ମିଳନୀ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳନୀ ଆୟୋଜିତ ହେଉଛି।

ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏଥିରେ ଏକ ଅଡିଓ ମେସେଜ୍ ଆସିଥିଲା।ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଥିଲା। ଭୁବନେଶ୍ବର ବିମାନବନ୍ଦରରେ ଆକ୍ରମଣ କରାଯିବ ବୋଲି ସେଥିରେ କୁହାଯାଇଥିଲା। ଲୋକସେବା ଭବନ ଉପରେ ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କାଖ ପୁରସ୍କାର ଦିଆଯିବ ବୋଲି ବି କୁହାଯାଇଥିଲା।

ସୂଚନାଯୋଗ୍ୟ, ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏଥିରେ ଏକ ଅଡିଓ ମେସେଜ୍ ଆସିଥିଲା।ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଥିଲା। ଭୁବନେଶ୍ବର ବିମାନବନ୍ଦରରେ ଆକ୍ରମଣ କରାଯିବ ବୋଲି ସେଥିରେ କୁହାଯାଇଥିଲା। ଲୋକସେବା ଭବନ ଉପରେ ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କାଖ ପୁରସ୍କାର ଦିଆଯିବ ବୋଲି ବି କୁହାଯାଇଥିଲା। ଏନେଇ ଅକ୍ଷୟ ସାହୁ ପୁଲିସ କମିଶନରଙ୍କୁ ଜଣାଇଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପନ୍ନୁର ଧମକ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା। ରାଜଧାନୀରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Post Views42 Total Count

Apply Now


This will close in 0 seconds

error: Content is protected !!