ଆମ ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ । ଟିଜିଟି ଶିକ୍ଷକ ଏବଂ ପିଇଟିଙ୍କୁ ଆଜି ମିଳିବ ନିଯୁକ୍ତି ପତ୍ର । ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ମିଳିବ ନିଯୁକ୍ତି ପତ୍ର । ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ ।

