ରୂପାନ୍ତରଣ ଦିଗରେ କଟକ ବାରବାଟୀ ଷ୍ଟାଡିୟମ

କଟକ ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନ ୪୪ ହଜାର ଦର୍ଶକ ବସି ମ୍ୟାଚ ଦେଖିବାର ସୁବିଧା ରହିଛି। ଏହାର ରୂପାନ୍ତରଣ ପରେ ପାଖାପାଖି ୬୦ ହଜାର ଦର୍ଶକ ବସିବାର ସୁଯୋଗ ପାଇବେ।
ଓସିଏ ପକ୍ଷରୁ ଆସନ୍ତା ୩ ମାସ ମଧ୍ୟରେ ପ୍ରାଥମିକ ପ୍ଲାନ ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ।
ରୂପାନ୍ତରିତ ହେବ କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ବାରବାଟୀ ଷ୍ଟାଡିୟମର ବିକାଶ।

ଆସନ୍ତା ୫୦ ବର୍ଷକୁ ଆଖିଆଗରେ ରଖି ଷ୍ଟାଡିୟମର କରାଯିବ ନବକଳେବର। ଏହାକୁ ନୂତନ ରୂପ ଦିଆଯିବା ସହ ଚତୁଃପାର୍ଶ୍ବ ଅଞ୍ଚଳର କରାଯିବ ବିକାଶ। ଓଡିଶା କ୍ରିକେଟ ଆସୋସିଏସନ, ଓଡିଶା ଅଲିମ୍ପିକ୍ସ ଆସୋସିଏସନ ଓ ରାଜ୍ୟ ସରକାର ମିଳିତ ଭାବରେ ବାରବାଟୀ ଷ୍ଟାଡିୟମର ବିକାଶ କରିବେ। ଏନେଇ ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!