ଜମୁଛି ତୋଷାଳୀ…

ଜମୁଛି ତୋଷାଳୀ ମେଳା । ସଂଧ୍ୟା ନଇଁଲେ ଖଚାଖଚ ଭିଡ଼ । ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି 16 ତମ ତୋଷାଳୀ ମେଳା । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ମେଳାରେ ଦେଶର 550 କାରିଗର ଭାଗ ନେଇଛନ୍ତି ।,ଘର କରଣା ଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ମେଳାରେ ନୂଆ ନୂଆ ସାମଗ୍ରୀ ମିଳୁଥିବାରୁ ଗ୍ରାହକମାନେ ବେଶ୍ ପସନ୍ତ କରୁଛନ୍ତି । ସେପଟେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଭଲ ବେପାର ହେବା ନେଇ ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଙ୍କ ଆକର୍ଷଣ ସାଜିଛି l

ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଏଠାରେ ଉପଲବ୍ଧ ହେଉଛି  l ଜିନିଷ କିଣାକିଣି ସହ ସଂଧ୍ୟା ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଲୁଟୁଛନ୍ତି ରାଜଧାନୀବାସୀ । 29 ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ଚାଲିବାକୁ ଥିବାରୁ ଆଗାମୀ ଦିନରେ ଭିଡ଼ ଅଧିକ ହେବା ଆଶା କରାଯାଉଛି  ।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!