ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ହେବ ଶିଳାନ୍ୟାସ ଉତ୍ସବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ମେଟ୍ରୋ ଚଳାଚଳ ପାଇଁ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ । ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ । ବାରଙ୍ଗ ରତାଗଡ଼ ଅଞ୍ଚଳରେ ୨୦ ଏକର ଜମିରେ ସର୍ଭେ କାମ ବି ଶେଷ ହୋଇଛି । ୪ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମେଟ୍ରୋ ଟ୍ରେନ ଶିଳ୍ୟାନ୍ୟାସ ଉତ୍ସବ ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାରଙ୍ଗ ଛକ, ବାରଙ୍ଗରୁ ରତାଗଡ଼-ଲେଙ୍କାସାହି ଶିଳାନ୍ୟାସ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ପରେ ଆରମ୍ଭ ହେବ ବିଶାଳ ରୋଡ଼ ସୋ ।

