ଅତ୍ୟାଧୁନିକ କର୍କଟ କେନ୍ଦ୍ର ଜରିଆରେ ରୋଗୀଙ୍କୁ ମିଳିବ ଉତ୍ତମ ସେବା

ପ୍ରତିବର୍ଷ ଭାରତରେ ପ୍ରାୟ ୧୩ଲକ୍ଷ ନୂଆ ରୋଗୀ ବା ମାମଲା ଚିହ୍ନଟ ହୋଇଥାଏ ଏବଂ ଅଧିକାଂଶ କର୍କଟ ରୋଗ ବା ସାଧାରଣ କର୍କଟ ଯଥା ପାଟି, ସ୍ତନ, ପାକସ୍ଥଳୀ, ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସ୍ଫୁସ୍ ଆଦିରେ କର୍କଟ ରୋଗ ହୋଇଥାଏ। ବିଶେଷକରି ଜୀବନଶୈଳୀ ସହିତ ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ତମାଖୁ ଅଭ୍ୟାସ, ମୋଟାପଣ ଓ ଆବଶ୍ୟକ ବ୍ୟାୟାମର ଅଭାବ ଯୋଗୁ କର୍କଟ ରୋଗ ହୋଇଥାଏ। ଏପରିକି ଜନସାଧାରଣ ଏବଂ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସାଙ୍ଗକୁ କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ନିୟମିତ ସେମିନାର ଏବଂ ପାରସ୍ପରିକ ଉପାୟରେ ଆଲୋଚନା ଚକ୍ର ଅଙ୍କୋଲୋଜିଷ୍ଟଙ୍କ ପାଇଁ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ସହିତ ସମ୍ପର୍କ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଉତ୍କଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ କର୍ମଶାଳା ‘ଉତ୍କଳ କର୍କଟ କନ୍କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍.ଏମ୍. ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡ଼େଇଙ୍କ ସମେତ ଡିନ୍ ପ୍ରଫେସର (ଡା) ପ୍ରଫୁଲ କୁମାର ଦାସ, ଅର୍ଗାନାଇଜିଂ ଚେୟାରମ୍ୟାନ ଡା. ରଞ୍ଜନ କୁମାର ମହାପାତ୍ର, ଅର୍ଗାନାଇଜିଂ ସେକ୍ରେଟାରୀ ଡା. ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜଣାଶୁଣା ଅଙ୍କୋଲୋଜିଷ୍ଟ ପ୍ରଫେସର (ଡା) କେ.ବି. ଦାସ, ପ୍ରଫେସର (ଡା) ସି.ଆର. ନାୟକ, ପ୍ରଫେସର (ଡା) ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ପ୍ରଫେସର (ଡା) ପି.କେ. ଦାସଙ୍କୁ ୟୁସିସି ଆଚିଭର ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଥିଲା। ବିଶେଷକରି ଉତ୍କଳ ହସ୍ପିଟାଲ ଭୁବନେଶ୍ୱର ରାଜ୍ୟ ଓ ଦେଶର ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଏକ ବହୁମୁଖୀ ଡାକ୍ତରଖାନା ଭାବେ ଜଣାଶୁଣା ହୋଇଥିବାବେଳେ ଅତ୍ୟାଧୁନିକ କର୍କଟ କେନ୍ଦ୍ର ଜରିଆରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରୁଛି। ଉକ୍ତ ସମ୍ମିଳନୀ ନିଶ୍ଚିତ ଭାବେ କର୍କଟ ରୋଗୀଙ୍କ ପାଇଁ ତଥା ଉତ୍କଳ ହସ୍ପିଟାଲ ଭୁବନେଶ୍ୱର, ଓଡିଶା ଏବଂ ପୂର୍ବ ଭାରତର ଚିକିତ୍ସା ଯୋଜନାକୁ ନୂତନ ଦିଶା ଦେବାରେ ସାହାଯ୍ୟ କରିବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!