ଟିପିସିଓଡିଏଲ୍ କୁ ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ

ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସ୍ଇ) ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ଟିପିସିଓଡିଏଲ୍କୁ ଉପରୋକ୍ତ ସମ୍ମାନ ଦିଆଯାଇଛି।

ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ଠାରେ ଆୟୋଜିତ ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡସର ୮ମ ସଂସ୍କରଣରେ ଟିପିସିଓଡିଏଲ୍କୁ ‘ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ’ (ଶ୍ରେଷ୍ଠ କର୍ପୋରେଟ୍-କ୍ଷୁଦ୍ର ଓ ଉଦୀୟମାନ ବର୍ଗ-୨୦୨୩)ରେ ପୁରସ୍କୃତ କରାଯାଇଛି। ଉକ୍ତ ସମ୍ମାନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକ ସଭାର ବାଚସ୍ପତି ଓମ୍ ବିର୍ଲା ଟିପିସିଓଡିଏଲ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂ କହିଛନ୍ତି, ସିଏସଆର କ୍ଷେତ୍ର ଲାଗି ଆମକୁ ଏଭଳି ଏକ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ।

ଏପରିକି ସମାଜରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ଆମର ଉଦ୍ୟମକୁ ଜାରି ରଖିବାରେ ଏହା ଆମକୁ ଅନୁପ୍ରାଣିତ କରିବ। ବିଶେଷକରି ‘ଶ୍ରେଷ୍ଠ କର୍ପୋରେଟ୍, କ୍ଷୁଦ୍ର ଓ ମଧ୍ୟମ ବର୍ଗ-୨୦୨୩’ ପୁରସ୍କାର ହେଉଛି, ସମଗ୍ର ଟିପିସିଓଡିଏଲ୍ ଟିମ୍ର ସମର୍ପଣ ଓ କଠିନ ପରିଶ୍ରମର ପ୍ରମାଣ। ଆଇସିଏସ୍ଆଇର ମାନ୍ୟତାପ୍ରାପ୍ତ (ସାର୍ଟିଫାଏଡ୍) ଅଡିଟରମାନଙ୍କ ଦ୍ୱାରା କ୍ଷେତ୍ର ଅନୁଧ୍ୟାନ କରାଯିବା ପରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ତିରଥ ସିଂହ ଠାକୁରଙ୍କ ନେତୃତ୍ୱାଧୀନ ଏକ ବିଚାରକ ମଣ୍ଡଳୀ ତାହାକୁ ମାନ୍ୟତା ପ୍ରଦାନ କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!