‘ଖିମଜି ଜୁଏଲର୍ସ’କୁ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍ ଅଫ୍ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିମ୍ଜୀ ଜୁଏଲର୍ସକୁ ରିଟେଲ ଜୁଏଲେରି ଏମ୍ଡି ତଥା ସିଇଓ ଆଓ୍ବାର୍ଡସରେ ସମ୍ମାନିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ରିଟେଲ ଜୁଏଲେରି ଗ୍ରୁପ୍ ଦ୍ୱାରା ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଯୋଗଦେଇ ଖିମ୍ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍ଜୀ ବଲିଉଡ୍ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୨୧ର ବିଜେତା ତଥା ଅଭିନେତ୍ରୀ ଜୋୟା ଆଫ୍ରୋଜ୍ଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ସମୂହର ଏମ୍ଡି ଏବଂ ସିଇଓମାନେ ସାମିଲ ହୋଇଥିଲେ।
ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମର ଅଫିସିଆଲ ନଲେଜ ପାର୍ଟନର ଏବଂ ଅଡିଟର ଭାବେ ପରାମର୍ଶଦାତା ସଂସ୍ଥା ଡିଲଏଟ ରହିଥିବା ବେଳେ ଏହା ଖିମ୍ଜୀ ଜୁଏଲର୍ସ ପାଇଁ ବୃହତ୍ତର ସାଧନ ସମ୍ପନ୍ନତାକୁ ଆଗେଇନେବା ଏବଂ ପୂର୍ବ ଭାରତରେ ଉକ୍ତ ବ୍ରାଣ୍ଡ୍ର ବ୍ୟବସାୟିକ ସଫଳତାର ନିମନ୍ତେ ଧ୍ୱଜାଧାରୀ ଭାବେ ନିଜର ସ୍ଥିତି ଜାରି ରଖିବାକୁ ଅଧିକ ସ୍ବୀକୃତି ବୋଧ, ବିଜୟୀ ଭାବନା ଏବଂ ଦାୟିତ୍ୱବୋଧ ଆଣିଦେଇଛି।

