ନବରଙ୍ଗପୁରରେ ୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ୪୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଉମରକୋଟ୍ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି । ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଜାଡ଼ିଗାଁ, ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କଲେଜ ଗୁଡ଼ିକରେ ଚଳିତବର୍ଷରୁ ନାମଲେଖା ହେବ । ଲୋକମାନେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ଆସନ୍ତା ୧୦ଦିନରେ ଖୁସି ଖବର ଦିଆଯିବ ବୋଲି 5T ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।
ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଉନ୍ନତି ପାଇଁ ଲୋକମାନଙ୍କୁ ଖୁସି ଖବର ମିଳିବ । ଏହାସହି ମାସେ ଭିତରେ ଦରଖାସ୍ତର ଉତ୍ତର ପାଇବେ ଜନସାଧାରଣ । ପାଣ୍ଡିଆନ କହିଥିଲେ , ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ପଂଜୀକରଣ ଚାଲିଛି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ବିଏସକେଓ୍ବାଇ କାର୍ଡ ପାଇନଥିବା ସମସ୍ତେ ଏଥିପାଇଁ ଆବେଦନ କରିପାରିବେ । ସହରାଞ୍ଚଳ ଲୋକ, ସରକାରୀ କର୍ମଚାରୀ ପରେ ଯୋଜନାର ଲାଭ ପାଇବେ।

