ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଶ୍ରେଷ୍ଠ ବ୍ୟାଙ୍କ୍ ପୁରସ୍କାର

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଋଣ ପ୍ରଦାନ କ୍ଷେତ୍ରରେ ପୁରସ୍କୃତ ହୋଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ଓଜିବିକୁ ଶ୍ରେଷ୍ଠ ବ୍ୟାଙ୍କ୍ ଭାବେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ଲୋକସେବା ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଜିବିର ଚେୟାରମ୍ୟାନ (ଅଧ୍ୟକ୍ଷ) ଋଷି ସିଂହଙ୍କ ସମେତ ମହାପ୍ରବନ୍ଧକ ତୃପ୍ତି ରଞ୍ଜନ ସ୍ବାଇଁ ଉକ୍ତ ଆୟୋଜନରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପରୋକ୍ତ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ଓଜିବିର ଆଞ୍ଚଳିକ ପ୍ରବନ୍ଧକ (ବାଲେଶ୍ୱର) ସୌମ୍ୟ ଦର୍ଶନ କର, ଆଞ୍ଚଳିକ ପ୍ରବନ୍ଧକ (ଚଣ୍ଡିଖୋଲ) ଦିଗ୍ବିଜୟ ବାହାଦୁର ଦାସ, ଆଞ୍ଚଳିକ ପ୍ରବନ୍ଧକ (ଢେଙ୍କାନାଳ) ସିପ ସାଗର ଆଚାର୍ଯ୍ୟଙ୍କ ସମେତ କମାର ଗାଁ ଶାଖା ପରିଚାଳକ ବିନେଶ କୁମାର ଶଙ୍ଖୁଆ ଏବଂ ଋଣ ବିଭାଗ ମୁଖ୍ୟ ପ୍ରଭୁ ପ୍ରସାଦ ମିଶ୍ର ଓ ଋଣ ବିଭାଗ ଅଫିସର ବି. ସାଇ ଭାର୍ଗବ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରପକ୍ଷରେ ଓଜିବି ଗତ ଦୁଇ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କଠାରୁ ଉପରୋକ୍ତ ପୁରସ୍କାର ଗ୍ରହଣ କରି ଆସୁଛିି। ଏପରିକି ବ୍ୟାଙ୍କ୍ ଏକ ଲକ୍ଷରୁ ଊଦ୍ଧର୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିଥିବାବେଳେ ୧୦ଲକ୍ଷରୁ ଊଦ୍ଧର୍ବ ମହିଳା ଏହା ଜରିଆରେ ଉପକୃତ ହୋଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!