INWEC ର ନୂଆ ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲୁଇସି)ର ନୂଆ ଆବାହକ ଭାବେ ତୁଶି ମୋଟର୍ସର ଏମ୍ଡି ତଥା କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ର ସହ ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ ଆବାହକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ସ୍ବାତୀ କେଜରିୱାଲ୍ଙ୍କୁ ସହ ଆବାହକ ଭାବେ ନିଯୁକ୍ତ କରାଯାଇଛି। ପରିଷଦର ଆବାହକ ଭାବେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଆଗାମୀ ଦିନରେ ଏହାର ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ।

ସେଥିରେ ସଦସ୍ୟମାନେ ପଞ୍ଜୀକରଣ କରି ସେମାନଙ୍କ ବିବରଣୀ ପ୍ରଦାନ କରିପାରିବେ ଏବଂ ପରସ୍ପର ସହ ବ୍ୟବସାୟ ବରାଦ ମଧ୍ୟ ଦେଇପାରିବେ। ଏଥି ସହିତ ସେଲିବ୍ରିଟି ସ୍ତମ୍ଭକାର ନିଶା ଜାମ୍ୱାଲ୍, ତନୟା ଓ ପ୍ରୀତିଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମହିଳା ଉଦ୍ୟୋଗୀମାନେ ସାମ୍ନା କରୁଥିବା ବିଭିନ୍ନ ଆହ୍ବାନ ଓ ହାସଲ କରିଥିବା ସଫଳତା ଉପରେ ସେଥିରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେ ବି ପାଣି, ବରିଷ୍ଠ ଉପାଧ୍ୟକ୍ଷ ରାଜୀବ ସାହୁ, ଆଞ୍ଚଳିକ ନିର୍ଦ୍ଦେଶକ ଜେ ପି ପାଲ୍ ଓ ୮୦ରୁ ଅଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏନ୍ଡବ୍ଲୁଇସିକୁ ଉଦ୍ଘାଟନ କରିଥିଲେ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!