ଓଡ଼ିଶାରେ ଏନ୍ଏଲ୍ସି ଇଣ୍ଡିଆର ୨୭,୨୧୨ କୋଟି ନିବେଶ

ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ୨୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ସମ୍ବଲପୁରଠାରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ଓଡ଼ିଶାର ଝାରସୁଗୁଡ଼ା ଜିଲା ଅଧୀନ ତାଲାବିରାଠାରେ ପ୍ରାୟ ୨୭,୨୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ମୋଟ ୨୪୦୦ ମେଗାୱାଟ୍ କୋଇଲା ଆଧାରିତ ଅଲ୍ଟ୍ରା ସୁପର କ୍ରିଟିକାଲ ପିଟ୍ ହେଡ୍ ଥର୍ମାଲ ପାଓ୍ବାର ପ୍ରୋଜେକ୍ଟ ସ୍ଥାପନ କରୁଛି। ସେହିଭଳି ୨ୟ ପର୍ଯ୍ୟାୟରେ କମ୍ପାନୀ ପ୍ରାୟ ୮୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ସହିତ ୮୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା କରୁଛି।

ବିଶେଷକରି ଏକ ପିଟ୍ ହେଡ୍ ପ୍ରକଳ୍ପ ପାଇଁ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ନିକଟବର୍ତ୍ତୀ ତଲାବିରା-୨ ଏବଂ-୩ ଖଣିରୁ ଏହି ୟୁନିଟ୍ ପାଇଁ କୋଇଲା ଯୋଗାଣ କରାଯିବ। ଇକୋ-ଫ୍ରେଣ୍ଡଲି କନଭେୟର ସିଷ୍ଟମ ମାଧ୍ୟମରେ ସଡ଼କ ଏବଂ ରେଳ ପରିବହନ ପାଇଁ କୌଣସି ଖର୍ଚ୍ଚକୁ ସାମିଲ ନ କରି ଏହି ପ୍ରକଳ୍ପ ଦ୍ୱାରା ଦେଶର ସମସ୍ତ ତାପଜ ବିଦ୍ୟୁତ୍୍ କେନ୍ଦ୍ର ମଧ୍ୟରେ ସବୁଠାର ଶସ୍ତା ଦରରେ ବିଦ୍ୟୁତ୍ ଯୋଗାଣ ହୋଇପାରିବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଏବଂ ଅନ୍ୟ ଦକ୍ଷିଣ ହିତାଧିକାରୀ ରାଜ୍ୟଗୁଡ଼ିକୁ ୧୭୮୭କୋଟି ୟୁନିଟ୍ ବିଜୁଳି ଯୋଗାଇଦେବ ଓ ଏହି ପ୍ରକଳ୍ପ ଉଭୟ ଷ୍ଟେଶନର ନିର୍ମାଣ ଏବଂ ପରିଚାଳନା ପର୍ଯ୍ୟୟରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପ ଦ୍ୱାରା ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ଯଥେଷ୍ଟ ପ୍ରୋତ୍ସାହନ ଦେବ। ଏହି ପ୍ରକଳ୍ପ ସ୍ବଦେଶୀ ଉପକରଣ ସହ ଆତ୍ମନିର୍ଭର ଭାରତର ଏକ ସ୍ଥାୟୀ ଉଦାହରଣ ଏବଂ ଏହାର ଅନ୍ତର୍ନିହିତ ଲାଭ ହେତୁ ମିଶନ ମୋଡ୍ରେ ଅଧିକ ପିଟ୍ ହେଡ୍ ଥର୍ମାଲ ପାୱାର ଷ୍ଟେଶନ ପ୍ରତିଷ୍ଠା କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପୂରଣ କରିବାର ଏକ ଉପଯୁକ୍ତ ଉଦାହରଣ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!