ସମସାମୟିକ ଚିତ୍ରକଳା ପ୍ରଦର୍ଶିତ

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା ସମସାମୟିକ ଚିତ୍ରକଳା । ଏଥିରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀମାନଙ୍କ ଦ୍ୱାରା ୩୬ ଟି ସୁନ୍ଦର ସୁନ୍ଦର ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଉତ୍ସବକୁ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ର ଶିଳ୍ପୀ ବିନୋଦ ମହାରଣା, ବଂଶୀଧର ପ୍ରତିହାରୀ ଓ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ ଉଦଘାଟନ କରିଥିଲେ ।

ଏଥିରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ରଶିଳ୍ପୀ ଡ଼ ମୁରଲିଧର ଟାଲି, ରବିନାରାୟଣ ନାୟକ, ଅଜିତ କେଶରୀ ରାୟ, ଅନନ୍ତ କୁମାର ପଣ୍ଡା, ଅସିତ ମୁଖାର୍ଜୀ, ଗୋକୁଳ ବିହାରୀ ପଟ୍ଟନାୟକ, ଡ଼ ଦୁର୍ଗା ପ୍ରସାଦ ଦାସ, ପଦ୍ମଭୂଷଣ ଡ଼ ଯତୀନ ଦାସ, ଦୀନନାଥ ପାଠୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବନବିହାରୀ ପରିଡ଼ା, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ ପ୍ରମୁଖଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଧାରଣ ଲୋକ ସକାଳ ୧୧ ଘଟିକା ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୁଲି ଏହି ଚିତ୍ରକଳାର ମଜା ନେଇପାରିବେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!