ଆରପାରିରେ ସାଧୁ ମେହେର

ଅଭିନେତା, ଲେଖକ, ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ। ୮୪ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ୧୯୬୯ ମସିହାରେ ଭୁବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ଅଙ୍କୁର ପାଇଁ ସେ ପାଇଥିଲେ ନ୍ଯାସନ୍ଯାଲ ଆୱାର୍ଡ। ଅଙ୍କୁର ସାଧୁ ମେହେରଙ୍କୁ ଜାତୀୟସ୍ତରରେ ଜଣେ ଭଲ ଅଭିନେତା ଭାବେ ସ୍ବୀକୃତି ଦେଇଥିଲା। ୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ସାଧୁ ମେହେର।

ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଉତ୍ତରଣ ପରି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିଛନ୍ତି। ୧୯୭୭ ମସିହାରେ ଓଡ଼ିଆ ଫିଲ୍ମ ଅଭିମାନର ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଅଭିଳାଷ, ଅପରିଚିତା, ଗୋପରେ ବଢୁଛି କଳାକହ୍ନେଇ ପରି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି।

 

ଶୀତରାତି, ଭୁଖା ପରି ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ସାଧୁ ମେହେର। ୨୦୧୭ରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ସମ୍ମାନ୍ନିତ କରାଯାଇଥିଲା। ୨୭ଟି ହିନ୍ଦୀ ଫିଲ୍ମରେ ସେ ଅଭିନୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଦୂରଦର୍ଶନରେ ପ୍ରସାରଣ ହେଉଥିବା ବ୍ଯୋମକେଶ ବକ୍ସିରେ ମଧ୍ଯ ଅଭିନୟ କରିଥିଲେ। ୧୯୪୦ ମସିହା ଜାନୁଆରୀ ପହିଲାରେ ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗାଁରେ ଜନ୍ମଗ୍ରହଣ କରିଥିଲେ ସାଧୁ ମେହେର। ପିଲାଦିନରୁ ଅଭିନୟ ପ୍ରତି ସେ ଆକର୍ଷିତ ଥିଲେ। ଅଭିନୟ ତାଙ୍କର ନିଶା ଥିଲା। ଥରେ ମଞ୍ଚରେ ଅଭିନୟ କରୁଥିବା ବେଳେ ସେ ବାପାଙ୍କ ମୃତ୍ଯୁ ଖବର ମିଳିଥିଲା। ହେଲେ ମଞ୍ଚ ଛାଡ଼ି ଯାଇନଥିଲେ ସାଧୁ ମେହେର।

ଅଭିନୟ ଶେଷ କରିଥିଲେ। କୋଲକାତା ରବୀନ୍ଦ୍ର ଭାରତୀରେ ଅଭିନୟରେ ଡିପ୍ଲୋମା କରିବା ସମୟରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲ। ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ଯୁଟ ଅଫ୍ ଇଣ୍ଡିଆରେ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ସେ ଥିଏଟରରେ ଯୋଗ ଦେବା ସହ ସତ୍ଯଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ। ସାଧୁ ମେହେରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!