ମାଲକାନଗିରି ଡିଏଚଏଚକୁ ମିଳିଲା ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ

ଭାରତ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (ଏନକ୍ୟୁଏଏସ) ମିଳିଛି। ଦେଶରେ ବିଭିନ୍ନ ଚିକିତ୍ସାଳୟର ଗୁଣବତ୍ତା ସର୍ଭେ ହୋଇଥିବା ବେଳେ ଓଡିଶା ରାଜ୍ୟରୁ ୨୦୨୪ ମସିହା ପାଇଁ ଗୋଟିଏ ଚିକିତ୍ସାଳୟ ମିଳିଥିବା ନେଇ ଜଣାପଡିଛି।

ଏହାକୁ ହାସଲ କରିବା ପରେ ମାଲାକନଗିରି ଜିଲ୍ଲା ଚିକିତ୍ସାଳୟରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି।ମାଲକାଗିରି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଫୁଲ କୁମାର ନନ୍ଦଙ୍କ କହିବାନୁଯାୟୀ, ୨୦୨୩ ମସିହା ଜୁଲାଇ ମାସ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଟିମ୍ ଆସି ସର୍ଭେ କରିଥିଲେ। ଜାତୀୟ ସ୍ତରରୁ ଡା ଯୋସୁଆ ଅଭିଶେଖ, ଡା. ଭି.କେ ସୁମିତ୍ରା ଓ ଡା ଶିଶିର କୁମାର ନକ୍ସର ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁଣବତ୍ତା ଦେଖିଥିଲେ।

ସେମାନେ ଚିକିତ୍ସାଳୟର ଦୁର୍ଘଟଣା ଓ ଜରୁରୀକାଳନୀ ଚିକିତ୍ସା, ରକ୍ତଭଣ୍ଡାର, ବର୍ହିଃବିଭାଗ, ଅର୍ନ୍ତଃବିଭାଗ, ଆଇସିୟୁ, ପ୍ରସୂତି ବିଭାଗ, ଶିଶୁରୋଗ ବିଭାଗ, ଏସଏନସିୟୁ, ଏନଆରସି, ଅସ୍ତ୍ରୋପଚାର କକ୍ଷ, ପାଥୋଲୋଜି, ରେଡିଓଲୋଜି, ଫାର୍ମାସୀ, ଅକ୍ସୁଲାରୀ, ଶବ ସଂରକ୍ଷିତ ଗୃହ, ଲେବରରୁମ୍, ମେଟରନିଟି ଅପରେସନ ଟିଏଟର (ଏମଓଟି) ଓ ସାଧାରଣ ପ୍ରଶାସନ ଭଳି ୧୯ଟି ବିଭାଗରେ ସେ ସର୍ଭେ କରିଥିଲେ। ଏହି ସର୍ଭେ ରିପୋର୍ଟକୁ ନେଇ ଭାରତ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କୁ ପ୍ରଦାନ କରିଥିଲେ।

ସେଠାରୁ ଯାଞ୍ଚ କରିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶତକଡା ୮୮ ପ୍ରତିଶତ ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ମଧ୍ୟରେ ଏହି ଚିକିତ୍ସାଳୟକୁ ୩ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!