ସାନିଆଙ୍କୁ ଛାଡି ସୋଏବ କଲେ ୩ୟ ବିବାହ

କ୍ରିକେଟର୍‌ ସୋଏବ ମଲ୍ଲିକ କଲେ ୩ୟ ବିବାହ । ଟେନିସ ରାଣୀ ସାନିଆ ମିର୍ଜାଙ୍କୁ ଛାଡି ପାକିସ୍ତାନୀ ଆକ୍ଟ୍ରେସ ସାନା ଜାବେଦଙ୍କୁ କରିଛନ୍ତି ବିବାହ । ସୋଏବଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜେ ଇନଷ୍ଟା ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି । ପ୍ରାୟ ବର୍ଷେ ହେବ ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ନିଟକରେ ସାନିଆ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କି ବିବାହ କଷ୍ଟ. ତାସହ ଛାଡପତ୍ର ମଧ୍ଯ କଷ୍ଟ ।

ଏହି ବିବାହ ପରେ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସହ ସୋଏବ ମଲ୍ଲିକଙ୍କ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏ ନେଇ କୌଣସି ବିଧିବଦ୍ଧ ତଥ୍ୟ ଆସିନାହିଁ। ଏହି ଫଟୋ ଆସିବା ପରେ ସାନିଆ-ସୋଏବଙ୍କ ବିଚ୍ଛେଦ ନେଇ ଚାଲିଥିବା ଚର୍ଚ୍ଚା ଆହୁରି ଜୋର ଧରିଛି। ଗତ ବର୍ଷ ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ।

ଉଭୟ ପୂର୍ବରୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ୨୦୧୦ରେ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଇସଲାମ ରୀତିନୀତି ଅନୁସାରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହାପରେ ପାକିସ୍ତାନର ସିଆଲକୋଟରେ ଉଭୟ ବିବାହ ଉତ୍ସବ ପାଳନ କରିଥିଲେ । ସାନିଆଙ୍କ ୨୦୧୮ରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି।…

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!