ରାମ ସେତୁ ଆରମ୍ଭ ହୋଇଥିବା ମୁନାଈରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଧନୁଷକୋଡ଼ୀ ଅନ୍ତର୍ଗତ ଅରିଚଲ୍ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।

ଲଙ୍କାରେ ପହଞ୍ଚିବା ଲାଗି ପ୍ରଭୁ ରାମ ଯେଉଁ ସ୍ଥାନରେ ଶୁଭ ଦେଇଥିଲେ ବୋଲି ବିଶ୍ବାସ କରାଯାଏ, ଆଜି ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପାଞ୍ଜଳି ଦେଇଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଧନୁଷକୋଡ଼ୀ ଜିଲ୍ଲାରେ ଥିବା ଶ୍ରୀକୋଦଣ୍ଡରାମ ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ବୋଲି ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି। ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବାରେ ଏହା ହେଉଛି ରାମାୟଣ ସହିତ ସମ୍ପୃକ୍ତ ୪ର୍ଥ ମନ୍ଦିର।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!