ଟାଟା ଷ୍ଟିଲ୍ ପ୍ରଥମ ଭାରତୀୟ ଇସ୍ପାତ କାରଖାନା

ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଏବଂ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ସହ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ୨୦୨୨ରେ ଟାଟାର ଜାମଶେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା।

ବର୍ତ୍ତମାନ ଟାଟା ଷ୍ଟିଲ୍‌ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ହାସଲ କରିଥିବା କାରଖାନାରୁ ପ୍ରାୟ ୯୦% ଇସ୍ପାତ ଉପତ୍ାଦନ କରୁଛି। ସେହିଭଳି ୨୦୨୨ ଅକ୍ଟୋବରରେ ଟାଟାର ଜାମଶେଦପୁର କାରଖାନାର ୩ଟି ଡିଭିଜନ ଯଥା ଷ୍ଟିଲ୍‌ ୱାର୍କସ୍‌, ଟ୍ୟୁବ୍‌ସ ଡିଭିଜନ ଓ କୋଲ୍ଡ ରୋଲିଂ ମିଲ୍‌କୁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ମିଳିଥିଲାବେଳେ କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନାକୁ ସେଥିରେ ସାମିଲ କରାଯିବା ଦାୟିତ୍ୱବାନ ବ୍ୟବସାୟ ଅଭ୍ୟାସ ଓ ପରିବେଶ ଦାୟିତ୍ୱ ପ୍ରତି କମ୍ପାନୀର ରହିଥିବା ସମର୍ପଣ ଭାବକୁ ଏହା ଦର୍ଶାଉଛି।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ତାଶ ସିଇଓ ଟିଭି ନରେନ୍ଦ୍ରନ୍‌ କହିଛନ୍ତି, କମ୍ପାନୀର କାରଖାନାଗୁଡ଼ିକ ପାଇଁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ଦୀର୍ଘସ୍ଥାୟିତ୍ୱ ପ୍ରତି ଟାଟା ଷ୍ଟିଲ୍‌ ପ୍ରତିବଦ୍ଧତାର ଏକ ପ୍ରମାଣ। ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ବାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଏହି ମାଇଲଖୁଣ୍ଟ ହାସଲ କରିବାରେ ଟାଟା ଷ୍ଟିଲ୍‌ର ଦାୟିତ୍ୱସମ୍ପନ୍ନ ଟିମ୍‌, ଅଡିଟର, ଆସ୍ୟୁରାନ୍ସ ପ୍ୟାନେଲର ପ୍ରୟାସକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି। ୨୦୨୫ ସୁଦ୍ଧା ଭାରତରେ ଥିବା ଆମର ସମସ୍ତ ଇସ୍ପାତ ଉପତ୍ାଦନ କାରଖାନାକୁ ସାର୍ଟିଫିକେଶନ କରିବା ଲକ୍ଷ୍ୟ ଆଡ଼କୁ ଆମେ ଅଗ୍ରସର ହେଉଛୁ।

Post Views56 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!