ରାଜ୍ୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କଟକରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ୨ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ । ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ । ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭବନା ରହିଥିବା ଏନଏନଆଇ ସୂତ୍ରକୁ ଜଣାପଡ଼ିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ନିର୍ବାଚନ ନିମନ୍ତ ୨ଟି ପର୍ଯ୍ୟାୟରେ ଆଇପିଏଲ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ ।

