ରାଜ୍ୟରେ ଖୋଲିବ ‘୧୦୦ କୋଟି’ର ୨୦୦ ଷ୍ଟାର୍ଟଅପ୍

ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଏଦିଗରେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ସେଥିରେ ଯୋଡ଼ିହୋଇଛି। କେନ୍ଦ୍ରର ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ୍’ ଅଭିଯାନ ଅଧୀନରେ ୨୦୩୬ ବେଳକୁ ଓଡ଼ିଶାରେ ୧୦୦ କୋଟି ଟଙ୍କା ଲେଖାଏଁର ୨୦୦ ଷ୍ଟାର୍ଟଅପ୍ ସ୍ଥାପନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଚଳିତ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଭୁବନେଶ୍ବରରେ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ ଅଭିଯାନ ଆରମ୍ଭ କରିଥିଲେ। ମାର୍ଚ୍ଚରୁ ଆଇଆଇଏମ୍ ସମ୍ବଲପୁରରେ ସେହି ଅଭିଯାନ ଆରମ୍ଭ କରାଯିବ। ଆଇଆଇଟି ଭୁବନେଶ୍ବର ଭଳି ଆଇଆଇଏମ୍ ସମ୍ବଲପୁର ମଧ୍ୟ ୧୦୦ କୋଟି ଟଙ୍କା ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସ୍ଥାପନ କରିବା ଲାଗି ଉଦ୍ୟମ କରିବ। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ।
ସେହି ସମୟ ଭିତରେ ରାଜ୍ୟରେ ଥିବା ଆଇଆଇଟି ଓ ଆଇଆଇଏମ୍ ୧୦୦ଟି ଲେଖାଏଁ ଷ୍ଟାର୍ଟଅପ୍ ଗଠନ କରିବେ। ଆଇଆଇଟି ଭୁବନେଶ୍ବରରେ ସେଥିପାଇଁ ଅନୁସନ୍ଧାନ ଓ ଉଦ୍ୟମିତା ପାର୍କ ସ୍ଥାପନ କରାଯାଇଛି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!