ପ୍ରତି ଗରିବ ପରିବାରକୁ ମାସକୁ ମିଳିବ ୫୦୦୦ ଟଙ୍କା

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ କହିଛନ୍ତି ଯେ, ଦଳ ସତ୍ତାକୁ ଆସିଲେ ଆନ୍ଧ୍ରର ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦେବ । ଏହି ଯୋଜନାର ନାଁ ରଖାଯିବ ‘ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍’ ।

ଏହି ଅର୍ଥ ସିଧା ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ । ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଆନ୍ଧ୍ରପ୍ରଦେଶରେ କଡପ୍ପାରେ ଦୁଗାରାଜପଟନମ୍ ବନ୍ଦର ଓ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ରାଜ୍ୟର ବିକାଶ ସୁନିଶ୍ଚିତ କରିବାକୁ ରାୟଲସୀମା ଓ ଉତ୍ତର ଆନ୍ଧ୍ର ପାଇଁ ବିଶେଷ ଅନୁଦାନ ପ୍ୟାକେଜ ଲାଗୁ କରିବ ।

ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ । କଂଗ୍ରେସ ଯାହା କୁହେ ତାକୁ କାର୍ଯ୍ୟରେ ପରିଣତ କରେ ।

ବିଜେପି ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିୀଶ୍ରୁତି ଦେଇଥିଲା ଯାହା ଆଜିଯାଏ,ଁ ପୂରଣ ହୋଇପାରିଲାନାହିଁ । ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି । ଏହା ସହ ଆନ୍ଧ୍ରରେ ୱାଇଏସ ଶିର୍ମଲାଙ୍କୁ ସଶକ୍ତ କରବାକୁ ଅପିଲ କରିଛନ୍ତି ଖଡଗେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!